କେନ୍ଦ୍ରାପଡ଼ା, ୦୮/୧୨/୨୦୨୫(ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ କୃଷି ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରର ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କୁ କୃଷି ବିଦ୍ୟାନଧି ଯୋଜନାରେ ଛାତ୍ର ବୃତି ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପାଇଁ ଅକ୍ଟୋବର ମାସ ୧୫ତାରିଖରୁ ନଭେମ୍ବରମାସ ୩୦ତାରିଖ ପର୍ଯ୍ୟନ୍ତ ଏହି ଯୋଜନାରେ ଛାତ୍ରବୃତି ଆବେଦନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହି ସମୟ ଅବଧି ମଧ୍ୟରେ ସର୍ଭର ଡାଉନ ରହିବା, ଏନ.ପି.ସି.ଆଇ. ଠିକ ଭାବରେ କାମନକରିବା ଓ ଅନ୍ୟାନ୍ୟ ବୈଷୟିକ ତୃଟି ଜନିତ କାରଣରୁ ଛାତ୍ରଛାତ୍ରୀମାନେ ଜନସେବା କେନ୍ଦ୍ରକୁ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେରାଇଥିଲେବି ଧାର୍ଯ୍ୟ ସମୟସୀମା ମଧ୍ୟରେ ଆବେଦନ କରିବା ସମ୍ଭବପର ହୋଇପାରି ନାହିଁ । ଏହି ଛାତ୍ରବୃତି ଆବେଦନରୁ କେନ୍ଦ୍ରାପଡା ଜିଲାର ନର୍ସିଂ, ଆଇ.ଟି.ଆଇ., ଇଞ୍ଜିନିଅରିଂ ଓ ଫାର୍ମାସିଷ୍ଟର ବହୁ ଛାତ୍ରଛାତ୍ରୀ ବଂଚିିତ ହୋଇଥିବାରୁ ଏହାର ଆବେଦନ ସମୟସୀମାକୁ ବୃଦ୍ଧି କରାଯିବାକୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଦାବି କରାଯାଇଛି ।
କୃଷି ବିଦ୍ୟାନିଧି ଯୋଜନା ଛାତ୍ରବୃତି ଆଦେଦନ ସମୟ ବୃଦ୍ଧି କରିବାକୁ ଦାବି
