କୋଣାର୍କ ସୂର୍ଯ୍ୟ ମନ୍ଦିରଠାରେ ଆନ୍ତର୍ଜାତୀୟ ଚିତ୍ରକଳା ଶିବିର

ଓଡ଼ିଶାର କଳା ଓ ସଂସ୍କୃତି ମହାନ

ଭୁବନେଶ୍ୱର,୦୨/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗ୍ଲୋବାଲ ଅର୍ଟିଷ୍ଟ୍ ଫୋରମ୍ ଟ୍ରଷ୍ଟ ଦ୍ଵାରା ସୂର୍ଯ୍ୟ ମନ୍ଦିର, କୋଣାର୍କ ଠାରେ ୩ ଦିବସୀୟ ଆନ୍ତର୍ଜାତୀୟ ଶିଳ୍ପୀ ଶିବିର “ପ୍ରତିବମ୍ୱ ୩”, ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ଦେଶ ଓ ଭାରତର ବିଭିନ୍ନ ରାଜ୍ୟରୁ ୩୫ ଜଣ ଚିତ୍ରଶିଳ୍ପୀ ଭାଗ ନେଇ କାନଭାସରେ କୋଣାର୍କ ମନ୍ଦିରର ସୋନ୍ଦର୍ଯ୍ୟକୁ ସୃଜନଶୀଳ ଶୈଳୀରେ ନିଖୁଣ ଭାବେ ଅଙ୍କନ କରିଥିଲେ।ଏହି ଅବସରରେ ଚିତ୍ରଶିଳ୍ପୀଙ୍କୁ ସମ୍ମାନିତ କରିବା ପାଇଁ , ମୁଖ୍ୟ ଅତିଥି ଭାବେ ଓଡ଼ିଶା ଲଳିତକଳା ଏକାଡେମୀ ପୂର୍ବତନ ସଚିବ ତଥା ବରିଷ୍ଠ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବି ନରେନ୍ଦ୍ର କୁମାର ଦାସ,ଅଭିନେତା ପ୍ରଦୀପ କୁମାର ସାହୁ,ଉଦ୍ଦ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ଫିର୍ଦୋଶି ତବସୁମ୍ ତଥା ପଦ୍ମ ଆସେଟସର ଏମ. ଡି. ଅଭିଷେକ ମିଶ୍ର ପ୍ରମୁଖ ଯୋଗଦେଇ ଶିଳ୍ପୀଙ୍କ ଚିତ୍ରକଳାର ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶାର କଳା ଓ ସଂସ୍କୃତିର ମହନୀୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଚିତ୍ର କର୍ମଶାଳା ଫେବୃଆରୀ ୨୭ ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।ଟ୍ରଷ୍ଟ ର ସଭାପତି ଶ୍ରେୟା କାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *