୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ କ୍ରିକେଟ ଲିଗ ମ୍ୟାଚର ତୃତୀୟ ଦିନର ଫଳାଫଳ ଏବଂ ବିଜୟୀ ଦଳକୁ ଶୁଭ ଅଭିନନ୍ଦନ

ଜଗତସିଂହପୁର ୦୮/୧୨/୨୦୨୫ (ଓଡ଼ିଶା ସମାଚାର)-  ଜଗତସିଂହପୁରସ୍ଥ ସାତୋଟି ଷ୍ଟାଡିଅମ ରେ ୩୧ଟି କ୍ରୀଡ଼ାଜିଲ୍ଲା ମଧ୍ୟରୁ ଆଜି ତୃତୀୟ ଦିନରେ ୧୭ବର୍ଷରୁ କମ ବାଳକ ବିଭଗରେ ୧୦ଟି ମ୍ୟାଚ ଓ ବାଳିକା ବିଭାଗରେ ୪ଟି ମ୍ୟାଚ   ଲିଗ ଭିତ୍ତିରେ  ଅନୁଷ୍ଠିତ ହୋଇଯାଇଛି ।

ବାଳକ ବିଭାଗରେ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଯାଜପୁର ବନାମ ସୋନପୁର ଏବଂ ସୁନ୍ଦରଗଡ ବନାମ ଗଜପତି, ନନ୍ଦବ୍ରତ ଷ୍ଟାଡିୟମ ଠାରେ ଭୁବନେଶ୍ୱର ବନାମ ବଲାଙ୍ଗୀର ଓ ନବରଙ୍ଗପୁର ବନାମ ବୌଦ୍ଧ, ସତୀ ଖେଳପଡିଆ ଠାରେ ସମ୍ବଲପୁର ବନାମ ଦେଓଗଡ ଓ ମାଲକାନଗିରି ବନାମ ଜଗତସିଂହପୁର, ତର୍ତ୍ତଙ୍ଗ ମିନିଷ୍ଟାଡିୟମ ଠାରେ ମୟୂରଭଞ୍ଜ ବନାମ କନ୍ଧମାଳ, ଓ କଟକ ବନାମ କେଉଁଝର, ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ରେ ବରଗଡ଼ ବନାମ ପୁରୀ, ଗଂଜାମ ବନାମ ଅନୁଗୁଳ ମଧ୍ୟରେ ଅନୁଷ୍ଠିତ ଲିଗ ପ୍ରତିଯୋଗିତାରେ ଯାଜପୁର, ଗଜପତି, ବଲାଙ୍ଗୀର, ନବରଙ୍ଗପୁର, ସମ୍ବଲପୁର, ମାଲକାନଗିରି, ମୟୂରଭଞ୍ଜ, କେଉଁଝର, ଗଂଜାମ ଏବଂ ପୁରୀ କ୍ରୀଡ଼ାଜିଲ୍ଲା ବିଜୟୀ  ହୋଇଛନ୍ତି ।ସେହିପରି ୧୭ବର୍ଷରୁ କମ ବାଳିକା ବିଭାଗରେ ପୁନଃଙ୍ଗ ସ୍ଥିତ ପୋଲିସ ବାର।କ ପଡିଆରେ ଭୁବନେଶ୍ୱର ବନାମ ସୁନ୍ଦରଗଡ଼ ଏବଂ ବାଲେଶ୍ୱର ବନାମ ନବରଙ୍ଗପୁର, ଜୟଦୁର୍ଗା ୟୁଥ ଆଥଲେଟିକ କ୍ଲବ ଖେଳ ପଡିଆରେ ଝାରସୁଗୁଡା ବନାମ ପୁରୀ, ଓ ଜଗତସିଂହପୁର ବନାମ କଟକ  ମଧ୍ୟରେ ଅନୁଷ୍ଠିତ ଲିଗ ପର୍ଯ୍ୟାୟ ମ୍ୟାଚରେ   ଭୁବନେଶ୍ୱର, ବାଲେଶ୍ୱର, ପୁରୀ ଓ କଟକ କ୍ରୀଡାଜିଲ୍ଲା ବିଜୟୀ ହୋଇଛନ୍ତି ।

ସମସ୍ତ ଲିଗମ୍ୟାଚକୁ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ମାର୍ଗଦର୍ଶନରେ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ, ଡ ସୁଶାନ୍ତ  ମହାନ୍ତି, ସହକାରୀ ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ପରିଡା ଓ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଜୟନ୍ତ କୁମାର ର।ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧାନରେ ଅନୁଷ୍ଠିତ ହୋଇଥିଲା ।  ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଓ ବିନାୟକ ଉପାଧ୍ୟାୟ । ଏହି ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତାରେ  ସମସ୍ତ ବ୍ଲକର ଶିକ୍ଷାଧିକାରୀ, ଜିଲ୍ଲା କମିଟିର ସମସ୍ତ ସଦସ୍ୟ ଓ ରାଜ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ଓ ସହଯୋଗ  ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *