ଡାଟା ପ୍ୟାକ ବୃଦ୍ଧି ନେଇ ଏଆଇଡିୱାଇଓ ପକ୍ଷରୁ ପ୍ରତିବାଦ 

ଯାଜପୁର , ୨/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):-ଟ୍ରାଇ ପକ୍ଷରୁ ଟେଲିକମ୍ କମ୍ପାନୀମାନଙ୍କୁ ଡାଟା ପ୍ୟାକ ଓ ମୋବାଇଲ ରିଚାର୍ଜ୍ ମୂଲ୍ୟବୃଦ୍ଧି ପାଇଁ ଦିଆଯାଇଥିବା ଅନୁମତିକୁ ବିରୋଧ କରି ଆଜି ଏଆଇଡିୱାଇଓ ର ସର୍ଵଭାରତୀୟ ପ୍ରତିବାଦ ଦିବସ ଉପଲକ୍ଷେ ଯାଜପୁର ଜିଲ୍ଲାର ବରୁଆଁ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ସଭାପତି ସୁବାସ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାଭାବେ ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ, ରାଜ୍ୟ ଉପସଭାପତି ଶରତ ବାରିକ ଯୁବ ସଂଗଠକ ପ୍ରଫୁଲ୍ଲ ମଲ୍ଲିକ, ମନୋଜ ରାଉତ, କବି ସେଠୀ, ନିମାଇଁ ମଲ୍ଲିକ ,କାର୍ତ୍ତିକ ଦଳେଇ ଛାତ୍ରନେତା ନିଗମାନନ୍ଦ ଦାଶ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ରସରକାରଙ୍କ ଏହି ଜନବିରୋଧୀ ନୀତିକୁ ଦୃଢ଼ ନିନ୍ଦା କରିବା ସଂଗେସଂଗେ   ଏହି ନୀତି ପ୍ରତ୍ୟାହାର ନହେଲେ ଆଗାମୀଦିନରେ ଦୁର୍ବାର ଯୁବ ଆନ୍ଦୋଳନ ସଂଗଠିତ ହେବ ବୋଲି ଚେତାବନୀ ଦେଇଥିଲେ ଓ ଆସନ୍ତା କାଲି  ଟ୍ରାଇ କୁ ଇମେଲ୍  ମାଧ୍ୟମରେ ଏହି ବୃଦ୍ଧିକୁ ଅବିଳମ୍ବେ ପ୍ରତ୍ୟାହାର କରିବାପାଇଁ ଦାବି ଜଣାଇବାକୁ ଆହ୍ଵାନ କରିଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଇନ୍ଦ୍ରମଣି ଦାସ,ସୁବଳ ଦାସ ରମେଶ ଦାସ ପ୍ରମୁଖ ସ୍ଥାନୀୟ ଯୁବକମାନେ ଯୋଗ ପ୍ରତିବାଦକୁ ବ୍ୟାପକ କରିଥିଲେ ।

Leave a Reply

Your email address will not be published. Required fields are marked *