ଅଂଚଳର ଚାହିଦା ମଣିଷ ଥିଲେ କମ୍ରେଡ଼୍ ଚରଣ ଦଳେଇ

(ଏକାଦଶରେ ଶ୍ରଦ୍ଧାଞ୍ଜଳି ସଭା)

ଖୋର୍ଦ୍ଧା,୨୭/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) -କମ୍ରେଡ୍ ଚରଣ ଦଳେଇଙ୍କ ମୃତ୍ୟୁ ଆମ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି, ସବୁ ଦୁଃଖକୁ ପଛରେ ପକାଇ, ଜୀବନର ଶେଷ ପର୍ୟ୍ୟନ୍ତ କମ୍ୟୁନିଷ୍ଟ ହୋଇ ରହିବା ସହ ନ୍ୟାୟ ପାଇଁ ଅଞ୍ଚଳର ଚାହିଦା ମଣିଷ ହୋଇଥିଲେ । ଚାକିରିକୁ ବେଖାତିର୍ କରି , ନିଜ ଘର ଆଉ ପରିବାରକୁ ପଛରେ ପକାଇ ଲୋକମାନଙ୍କୁ ଅଧିକାର ପାଇଁ ସର୍ବାଗ୍ରେ ଲଢେଇ ରାସ୍ତାକୁ ଜୀବନର ଶେଷ ପର୍ୟ୍ୟନ୍ତ ଗ୍ରହଣ କରିଥିବା ବ୍ୟକ୍ତି ହେଉଛନ୍ତି କମ୍ରେଡ୍ ଚରଣ ଦଳେଇ ବୋଲି ଉପସ୍ଥିତ ଅତିଥିଗଣ ମତ ରଖିଥିଲେ। ଡିଆ ପଂଚାୟତ ତାଙ୍କର ନିଜସ୍ବ ଗ୍ରାମ କାଶିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ନୂଆଗଡ ପଂଚାୟତ ଗିରିଶ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ସିପିଆଇଏମ ସଂପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ,ଜଗନ୍ନାଥ ମିଶ୍ର,ପୁଷ୍ପା ଦାଶ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ବିପିନ ଜୟସିଂହ, ୧୨ ଜିଲ୍ଲା ପରିଷଦ ସଭ୍ୟ ବିଜୟ ପାଲଟାସିଂହ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଇଶ୍ବର ଚନ୍ଦ୍ର ଜେନା, ଯତିନ ମହାନ୍ତି, ବିଧୁଭୂଷଣ ମହାରଣା,ଦଣ୍ଡପାଣି ଦଳେଇ ପ୍ରମୁଖ ସହଯୋଗ କରିଥିଲେ। ଅଂଚଳର ସିପିଆଇଏମ କର୍ମୀ, ଶିକ୍ଷାବିତ୍, ବୁଦ୍ଧିଯିବି ବହୁସଂଖାରେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *