ମାହାଙ୍ଗା ବ୍ଳକ ଯାତ୍ରା କମିଟି ସଂଘର ସାଧାରଣ ବୌଠକ ଅନୁଷ୍ଠିତ

ମାହାଙ୍ଗା,୦୭/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ବ୍ଳକ ଯାତ୍ରା କମିଟି ସଂଘର ବୌଠକ ବଣୁଆ ମହାପୁରୁଷ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା କମିଟିର ଚିତ୍ତରଞ୍ଜନ ମହାପାତ୍ର ଙ୍କ ତତ୍ୱାବଧାନରେ ଛଅଗୋଟି ଯାତ୍ରାକମିଟି, ବିଶେଶ୍ୱର ଯାତ୍ରାକମିଟି (ମାହାଙ୍ଗା ), କାର୍ତ୍ତିକେଶ୍ୱର ପୂଜାକମିଟି (କୁଆଁପାଳ ), ହରଗୌରୀ ପୂଜାକମିଟି (ଗୌଡ଼ପଡା ), ଶିବାନୀ ଯାତ୍ରାକମିଟି (ଓଳାଶୁଣି ), ଇଛାବଟ ଯାତ୍ରାକମିଟି (ଖର୍ତାଙ୍ଗ ), ମାତାରିଣୀ ଯାତ୍ରାକମିଟି (ଆଳୁନଟା )ଆଲୋଚନାରେ ଯୋଗଦେଇଥିଲେ ।

ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ସଂଘର ସଭାପତି ମିହିର ସାମଲ, କଟକ ଜିଲ୍ଲାର ସଂଘର ସମ୍ପାଦକ ମହେଶ୍ୱର ବେହେରା ଯୋଗଦେଇ ମାଲିକ ମାନଙ୍କ ଅହେତୁକ ଦରବୃଦ୍ଧି ପାଇଁ ଯାତ୍ରାକମିଟି କ୍ଷତି ସହିଆସୁଛି । ଆଗାମୀ ଦିନରେ ଅଧିକଦର ନେଉଥିବା ଯାତ୍ରାପାର୍ଟି ମାହାଙ୍ଗା ବ୍ଳକରେ ଯାତ୍ରା ପରିବେଷଣ କରିପାରିବେ ନାହିଁ । କମିଟିକୁ ସୁହାଇଲାଭଳି ଯାତ୍ରାପାର୍ଟି ବୁକିଂ କରିବେ ।  ମାହାଙ୍ଗା ମାଟି ଗଣକବି ବୈଷ୍ଣବ ପାଣି ଙ୍କ ମାଟି । ଏହି ଅଞ୍ଚଳରେ ଅଶ୍ଳୀଳ ନୃତ୍ୟପରିବେଷଣ କରାଯିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ବ୍ଳକ ଗୃପରେ ଅଧିକ କମିଟି ଯୋଡ଼ିହୋଇ ବ୍ଳକ କମିଟି ଗଠନ କରାଯିବ ବୋଲି ଆଲୋଚନା ରେ ନିଷ୍ପତ୍ତି ନିଆଯାଇଥିଲା  ।

Leave a Reply

Your email address will not be published. Required fields are marked *