ଉଲ୍ଲେଖନୀୟ କୃତିପାଇଁ ସମ୍ବର୍ଦ୍ଧିତ ହେଲେ ସୁସାହିତ୍ୟିକ ବିଜୟ ରାମ ବେଉରା 

କଟକ, ୧୮/୦୧/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର କଟକ ସଦର ପକ୍ଷରୁ ଅନୁଷ୍ଠିତ ହୋଇଥିବା ସାରସ୍ବତ ପ୍ରତିଭା ସମ୍ମାନ ମହୋତ୍ସବରେ ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା ସୁସାହିତ୍ୟିକ ବିଜୟ ରାମ ବେଉରାଙ୍କୁ ଶିକ୍ଷାଦାନ ସେବା,ସାହିତ୍ୟ ସଂସ୍କୃତିର ବିକାଶ ଆଦି ଉଲ୍ଲେଖନୀୟ କୃତିତ୍ଵ ନେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ୱର୍ଦ୍ଧନା ସଭାରେ ପରିଷଦ ସଭାପତି ପ୍ରତିଭା ଶତପଥୀ, ସଂପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ଡକ୍ଟର କଲ୍ଳିମୁଲ୍ଲା,ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ କର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସମାଜସେବୀ ଗଙ୍ଗାଧର ବେହେରା, ଆମ ମାହାଙ୍ଗା ଅଧ୍ୟକ୍ଷ ଡକ୍ଟର ଅମରେନ୍ଦ୍ର ମହାନ୍ତି,ସମାଜସେବୀ ଦୁର୍ଗା ପ୍ରସାଦ ପରିଡ଼ା,ଇଂ.ଆଶୋକ ବିଶ୍ବାଳ,ଅଭିନେତା ସନ୍ତୋଷ ପତି, ଇଂ.ପ୍ରକାଶ ସେଠୀ,ସମାଜସେବୀ ଶରତ ରାୟ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ସମାଜସେବୀ ପ୍ରଲୋପ ନାରାୟଣ ମହାପାତ୍ର,ଇଂ.ସେବକ ଶ୍ରୀକାନ୍ତ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବେଉରା ଦୀର୍ଘ ଦିନ ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳିରୁ ଶିକ୍ଷାଦାନ ସେବାରେ ଅବସର ଗ୍ରହଣ ପରେ ଅଧୁନା ଅତିଥି ଶିକ୍ଷକ ଭାବେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସିଦ୍ଧେଶ୍ୱରପୁରରେ ଶିକ୍ଷାଦାନ ସେବାରେ ସମର୍ପିତ ହେବା ସହ ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର, ପ୍ରବାସୀ ଓଡିଆ ସାହିତ୍ୟ ସଂସଦ ମୁମ୍ୱାଇ,ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା,ଉତ୍କଳ ସେବା ସଂଘ ନୋଇଡା,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ବୟାଳିଶମୌଜା, ଦିବ୍ୟାଲୋକ ସନ୍ଧାନେ ଅଧ୍ୟାତ୍ମିକ ପତ୍ରିକା,କୁନି ପ୍ରତିଭା,ନେତାଜୀ ପରିଷଦ ବରାଳ ୪୨ ମୌଜା ଆଦି ବିଭିନ୍ନ ସଙ୍ଗଠନର ଉପଦେଷ୍ଟା ଭାବେ ବହୁବିଧ ସେବା,ସମାଜ ସଂସ୍କାର ଓ ସାହିତ୍ୟ ସେବାରେ ସାଧନାରତ ଅଛନ୍ତି ।

Leave a Reply

Your email address will not be published. Required fields are marked *