ମାହାଙ୍ଗା, ୦୮/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ବିଶିଷ୍ଟ ଶିକ୍ଷାବିତ୍,ସମାଜସେବୀ ଓ ପ୍ରାକ୍ତନ ମାହାଙ୍ଗା ବ୍ଲକ କଂଗ୍ରେସ କମିଟିର ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ୮୧ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାହାଙ୍ଗାର ଗୌରବମୟ ପୀଠ ସହିଦଭବନ, ମଣିଯୋରି ଠାରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଯୁବନେତା ସେକ ମସୁଦ ଅଲି ଅଧ୍ୟକ୍ଷତା କରିଥିଲେ ।
ଉତ୍ସବରେ ମୁଖ୍ୟଅତିଥି ଭାବେ କଟକ କଳା ବିକାଶ କେନ୍ଦ୍ର ର ସଭାପତି ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ଯୋଗଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ପ୍ରଭାତ କୁମାର କର,ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ପଟ୍ଟନାୟକ,ସାମ୍ବାଦିକ ଭକ୍ତ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଉତ୍ସବରେ ବାଗ୍ମୀ ବିଶ୍ଵନାଥ ବିଦ୍ୟାନିକେତନ ମୂଳବସନ୍ତର ପ୍ରଧାନଶିକ୍ଷକ ବିଶ୍ୱଜିତ୍ ସେଠୀଙ୍କୁ “ଶିକ୍ଷାଶ୍ରୀ ସମ୍ମାନ” ଓ ଜାନକୀ ବଲ୍ଲଭ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଣବ କିଶୋର ନାୟକଙ୍କୁ “ଶିକ୍ଷାସେବା ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ଶେଷରେ କ୍ଷୀରୋଦ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଡଭୋକେଟ ଦୀପକ କୁମାର ମହାନ୍ତି,ସେକ ସୌକତ ଅଲି,ସଂଗ୍ରାମ କେଶରୀ ସାମଲ, ନଳିନୀକାନ୍ତ ନାୟକ, କୁଶାସନ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
