ଗରଦପୁର ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

ଗରଦପୁର, ୦୩/୧୨/୨୦୨୫(ଓଡ଼ିଶା ସମାଚାର)-ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଆଜି କୋରୁଆ ହାଇସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି । ୧୮ ଗୋଟି ପଂଚାୟତର ଶତାଧିକ ଛାତ୍ର ଛାତ୍ରୀ ୮ ପ୍ରକାର ଖେଳରେ ଭାଗ ନେଇଛନ୍ତି । ୧୦୦ ମିଟର, ୪୦୦ ମିଟର, ରିଲେ ଦୌଡ଼, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ , ସଟଫୁଟ ଥ୍ରୋ, ଭଲିବଲ, କବାଡ଼ି ଭଳି ୮ ପ୍ରକାର ଖେଳରେ ସିନିଅର(୮ଟି), ଜୁନିଅର(୫ଟି) ଖେଳ ହେବ । ୧୨ ବର୍ଷ ରୁ ୧୬ ବର୍ଷ ଏବଂ ୧୭ ବର୍ଷ ରୁ ୨୪ ବର୍ଷ ବୟସର ପୁଅ ଓ ଝିଅ ବିଭାଗରେ ଖେଳ ଅନୁଷ୍ଠିତ ହେଉଛି ।

ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ନେତୃତ୍ୱରେ ସମଗ୍ର କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ଏହି ଖେଳ ଅନୁଷ୍ଠିତ ହେଉଛି । ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ସାଂସଦ ଖେଳ ମହୋତ୍ସବ ର ମୁଖ୍ୟ ସଂଯୋଜକ ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ା ଙ୍କ ନେତୃତ୍ୱରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟର କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସାଂସଦ ଖେଳ ମହୋତ୍ସବକୁ ଉଦଘାଟନ କରିବା ସହିତ କ୍ରୀଡ଼ା ପତାକା ଉତୋଳନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି ମହିମାନନ୍ଦ ସ୍ୱାଇଁ, ସାଂସଦ ଙ୍କ ପ୍ରତିନିଧି ସେକ୍ ସଲିମ୍ , ପାଟକୁରା ନିର୍ବାଚନ ମଣ୍ଡଳୀ ସାଂସଦ ଖେଳ ମହୋତ୍ସବ ଜିଲା ସଂଯୋଜକ ଜ୍ୟୋତ୍ସ୍ନାରାଣି ଜେନା, ବରିଷ୍ଠ ନେତା ପ୍ରସନ୍ନ କୁମାର ପଣ୍ଡା, ବିଜୟ କୁମାର ନାୟକ, ଚିତରଂଜନ ଚୌଧୁରୀ, ଅଂଜନ ଦେବତା, ସନ୍ତୋଷ ରାଉତରାୟ, ମୃତ୍ୟୁଂଜୟ ଲେଙ୍କା, ନୟନ ବଲଭ ନାୟକ, ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ବିଡ଼ିଓ ଆଲୋକ ରଂଜନ ସେଠୀ, ଜିଲା ପରିଷଦ ସଦସ୍ୟା ଡ଼ଲି ଶତପଥି, ସରପଂଚ ମାନସ କୁମାର ରାଉତ, ଅମିୟ ଜେନା, ପ୍ରଜ୍ଞା ପ୍ରିୟଦର୍ଶିନୀ ଦାଶ, ନିର୍ମଳା ନାୟକ, ସରପଂଚ ପ୍ରତିନିଧି ଗୋବିନ୍ଦ ବେହେରା,

ସମିତି ସଭା/ସଭ୍ୟ କବିତା କର, ମହେଶ୍ୱତା ସାମଲ,ବାସୁଦେବ ବେହେରା, ବ୍ରଜ କିଶୋର ସାହୁ, ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ, ଲୋକନାଥ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଜୟ କୁମାର ନାୟକ, ବିଘ୍ନେଶ୍ୱର ନାୟକ, ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ, ବଳରାମ ଦାସ, ଉମେଶ ମହାରଣା, ଉତମ କୁମାର ନାୟକ, ହିମାଂଶୁ ଚୌଧୁରୀ, ଚିତରଂଜନ ସେଠୀ, ରଶ୍ମିରଂଜନ ସ୍ୱାଇଁ, ଗୁଣନିଧି ଦାସ, ପ୍ରଭାସିନୀ ପଣ୍ଡା, ପ୍ରଭାକର ସ୍ୱାଇଁ , ପୂର୍ବତନ ସରପଂଚ ପ୍ରଜେଶ ରଂଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତ ଅଂଶଗ୍ରହଣକାରୀ ଖେଳାଳି ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟମାନେ ମଶାଲକୁ ସ୍ୱାଗତ କରିବା ସହ କ୍ରୀଡ଼ା ଓ ସ୍ୱଦେଶୀ ସଂକଳ୍ପ ପତ୍ରର ଶପଥ ରେ ଅଂଶ ଗ୍ରହଣ କରିଥିଲେ । ଏହି ଖେଳରୁ ସଫଳ କ୍ରୀଡ଼ାବିତ୍ ମାନେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ସ୍ତରୀୟ କ୍ରୀଡ଼ା ରେ ଭାଗ ନେବେବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *