କଟକ ସଦର ସ୍ତରୀୟ ସାଂସଦ ଖେଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

କଟକ ସଦର,୧୦/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଗାମୀ ଦିନରେ  ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଥିବା ସାଂସଦ ଖେଳ ମହୋତ୍ସବ ପାଇଁ ଆଜି ବୁଧବାର ଦିନ କନ୍ଦରପୁର କଲେଜ ଠାରେ କଟକ ସଦର ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଅଧ୍ୟକ୍ଷା ସ୍ୱ।ତୀ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ପ୍ରସ୍ତୁତି ବୈଠକରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ବିକଶିତ ଭାରତ ପାଇଁ ଯୁବଵର୍ଗଙ୍କ ସୁସ୍ଥତା ଅପରିହାର୍ଯ୍ୟ ହୋଇଥିବା ବେଳେ ଖେଳ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ହୃଷିକେଶ ଜେନା ଙ୍କ ସହିତ ଜିଲ୍ଲା କ୍ରିଡ଼ା ଅଧିକାରୀ ଓ‌ ବିଭିନ୍ନ ସ୍କୁଲ କଲେଜର କ୍ରିଡ଼ା ଶିକ୍ଷକମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

 

Leave a Reply

Your email address will not be published. Required fields are marked *