ସରକାରୀ ଉଚ୍ଚବିଦ୍ୟାଳୟ, ଫେଜ୍-୧, ଚନ୍ଦ୍ରଶେଖରପୁର ର ବନ୍ଧୁମିଳନ

ଭୁବନେଶ୍ୱର, ୦୮ /୦୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରବିବାର ଦିନ ଚନ୍ଦ୍ରଶେଖରପୁର ଫେଜ୍-୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଫେଜ୍-୧ର ୨୦୦୧ ବ୍ୟାଚ୍ ର ବନ୍ଧୁମିଳନ ଡେରାସ ସ୍ଥିତ ଚନ୍ଦକା ରିସୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦୧ ବ୍ୟାଚ୍ ର ୩୦ ଜଣ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ବ୍ୟାଚ୍ ର ଛାତ୍ରୀ ଇପ୍ସିତା ଦାସ ସୋନି ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା କୋନ୍ ବନେଗା କରୋଡ ପତି (KBC)ର ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଛାତ୍ର ସଂଗଠନର ଉପସଭାପତି ଜ୍ୟୋତିପ୍ରଭା ସାହୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଇପ୍ସିତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ଆମ ବିଦ୍ୟାଳୟ ଓ ଆମ ଅଂଚଳର ଗୌରବ ବୋଲି ସମ୍ପାଦକ ଅଲିତ ପଣ୍ଡା କହିଥିଲେ । ଆସନ୍ତା ରୌପ୍ୟ ଜୟନ୍ତୀ ବଡ ଧୁମ୍ ଧାମ୍ ରେ ପାଳନ କରିବା ସହିତ ଯେଉଁ ପୂର୍ବତନ ଛାତ୍ରଛାତ୍ରୀ ଏହି ସମାରୋହରେ ଯୋଗ ଦେବାପାଇଁ ଚାହୁଁଛନ୍ତି ସେମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ବ୍ୟାଚ୍ ସହିତ ଯୋଗାଯୋଗ କରିପାରିବେ ବୋଲି ସଭାପତି ପ୍ରଭାସ ରଂଜନ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *