Breaking News : କଟକରେ ଅଘଟଣ: ଜଗତପୁର ଵିରୁପା ନଦୀ ଭିତରକୁ ଖସିଗଲା କାର୍,ଜଣେ ଉଦ୍ଧାର ଅନ୍ୟ ଜଣେ ନିଖୋଜ

କଟକ ସଦର, ୦୩/୧୨/୨୦୨୫(ଓଡିଶା ସମାଚାର/ ବିଷ୍ଣୁ ବେହେରା): ଆଜି ବୁଧବାର ରାତିରେ କଟକ କମିଶନରେଟ ଜଗତପୁର ଥାନା ଅନ୍ତର୍ଗତ ଜଗତପୁର – ଚୈ।ଦ୍ୱ।ର ରାସ୍ତା ଆଇ ବି ରୋଡରେ ଏକ ଚଳନ୍ତା କାର୍ ଭାରସାମ୍ୟ ହରାଇ ଵିରୁପା ନଦୀ ଭିତରକୁ ଖସି ପଡ଼ିଥିବା ଜଣାପଡିଛି। ଏଥିରେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ଜଣେ କାର ଭିତରେ ଫସି ରହିଥିବା ଅନୁମାନ କରାଯାଉଛି।

ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ଓ ସ୍କୁଵା ଡ୍ରାଇଭ୍ ପକ୍ଷରୁ ତଲାସୀ ଅଭିଯାନ ଜୋରଦାର କରାଯାଇଥିଲା । ହେଲେ ଶୀତ ରାତି ର ଅନ୍ଧାର ଓ ଅଧିକ ଗଭୀର ଜଳ ହେତୁ ଖୋଜିବା ସମ୍ଭବ ହେଉନାହିଁ ବୋଲି ଜଣାପଡିଛି। ସେଥିରେ ଗଭୀର ଜଳ ଭିତରେ କାର୍ ର ଆଲୁଅ ଜଳୁଥିବା ଏଵଂ କିଛି ସମୟ ପରେ ତାହା ଲିଭି ଯାଇଥିବା ଓଡ୍ରାଫ୍ ଟିମ୍ ପକ୍ଷରୁ ଜଣାପଡିଛି। ରିପୋର୍ଟ ଲେଖା ହେବା ପର୍ୟ୍ୟନ୍ତ ଦୂର୍ଘଟଣାର ଶୀକାର ହୋଇଥିବା ବ୍ୟକ୍ତି ମାନେ କିଏ କେଉଁଠି କୁ ଯାଉଥିଲେ ଏବଂ କେଉଁ ପରିସ୍ଥିତିରେ ଦୂର୍ଘଟଣାର ଶୀକାର ହେଲେ ତାହା ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *