ମାହାଙ୍ଗା,୦୩/୧୨/୨୦୨୫(ଓଡିଶା ସମାଚାର/ ଅଭୟ ଜେନା) ଅବଧୂତ ସନ୍ୟାସୀ ଅଖାପାଲିଆ ବାବା ଆଉ ଇହ ଧାମରେ ନାହାନ୍ତି । ସନ୍ଥ ଅରକ୍ଷିତ ଦାସଙ୍କ ସାଧନା ପୀଠ ଓଳାଶୁଣୀ ପାଦ ଦେଶରେ ଅବସ୍ଥିତ ଐତିହାସିକ ଲଳିତଗିରି ଠାରେ ଏକ ଆଶ୍ରମରେ ରହୁଥିବା ଏହି ସନ୍ୟାସୀ ଜଣକ ଆଧ୍ୟାତ୍ମିକ ବାଣୀ ପ୍ରଚାର କରୁଥିଲେ । ଦେହ ତ୍ୟାଗର ଏକ ବିଂଶତମ ତିଥିରେ ପୂଜ୍ୟ ବ୍ରହ୍ମ ଅବଧୂତ ସନ୍ଥ ଦିନମଣୀ ଦାସ ମହାରାଜଙ୍କ ସାଧନା ପୀଠରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜି ବାବାଙ୍କ ବ୍ରହ୍ମଲୀନ ଅବସରରେ ଲଳିତଗିରି ଠାରେ ସମାଧି ପ୍ରତିଷ୍ଠା, ଗୀତା ଭାଗବତ ପଠନ, ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଳାଶୁଣୀ ମଠର ମହନ୍ତ ନାମାନନ୍ଦ ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ଆଶ୍ରମ ପ୍ରାଙ୍ଗଣରେ ଏକ ସନ୍ଥ ସମାବେଶ ଅନୁଷ୍ଠିତ ହୋଇଥିଲା । ସନ୍ୟାସୀ ଅଖାବାବା ନାମରେ ଓଡ଼ିଶାର ଆଧ୍ୟାତ୍ମିକ ଜଗତରେ ସନ୍ଥ ଦିନମଣୀ ଦାସ ବେଶ ପରିଚିତ ଥିଲେ । ବାବାଙ୍କ ସ୍ମୁତିରେ “ବ୍ରହ୍ମାନନ୍ଦ ସ୍ମରଣେ” ଶୀର୍ଷକ ଏକ ସ୍ମରଣିକାକୁ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଉନ୍ମୋଚନ କରିଥିଲେ ।
ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମହନ୍ତ ସୁଧାକର ଦାସ, ମହନ୍ତ ପରମେଶ୍ୱର ମହାରାଜ, ମହନ୍ତ ସରୋଜ ରାମ ଦାସ,ମହନ୍ତ ଆତ୍ମାରାମ ଦାସ, ମହନ୍ତ ପର୍ଶୁରାମ ଦାସ, ମହନ୍ତ ପରାଶର ଦାସ, ମହନ୍ତ ହିମାଂଶୁ ଶେଖର ଦାସ, କ୍ଷେତ୍ରମୋହନ,ଜିତେନ୍ଦ୍ର ଶତପଥୀ,ସାମ୍ବାଦିକ ଭକ୍ତ ଚରଣ ସାହୁ, ଅମରେନ୍ଦ୍ର ସିଂ, ସାହିତ୍ୟିକ ଅଖିଳେଶ ମହାନ୍ତି, ଅଜୟ ମହାନ୍ତି, ବିଳାସ ଚନ୍ଦ୍ର ବାରିକ ଯଯାତି ସିଂ,ପ୍ରଦୀପ୍ତ ମହାରଣା, ପ୍ରମୁଖ ଯୋଗଦେଇ ବାବାଙ୍କ ଅହିଂସା ଓ ଆଦର୍ଶ ଯୁବ ସମାଜ ପାଇଁ ଧେୟ ହେଉ ବୋଲି ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ, ବୁଦ୍ଧିଜୀବୀ ତଥା ବାବାଙ୍କ ଶହଶହ ଆଶ୍ରିତ ସାମିଲ ହୋଇଥିଲେ ।
