କେନ୍ଦ୍ରାପଡା ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳନ

କେନ୍ଦ୍ରାପଡ଼ା,୦୨/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଜିଲା ରେଡକ୍ରସ ସମ୍ପାଦକ ତଥା ମହାବିଦ୍ୟାଳୟ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଯୋଗଦେଇ ଏଡସର ଭୟାବହତା ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରଶାଶନିକ ଅଧିକାରୀ ପୂର୍ଣ୍ଣମାସୀ ପଣ୍ଡା, ଡ. ବାସନ୍ତୀ ଶୁକ୍ଳା, ଅଧ୍ୟାପକ ସୁବ୍ରତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଏଡସର ନିରାକରଣ ଓ ପ୍ରଭାବ ଉପରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମହାବିଦ୍ୟାଳୟ ମୁଖଶାଳା ସମ୍ମୁଖରେ ଏକ ଏଡସ ସମ୍ପର୍କିତ ଏକ ସଚେତନତା ଧର୍ମୀ ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରେଡକ୍ରସର ସ୍ୱେଛାସେବୀ ମନୋଜ ଲେଙ୍କା, ରଶ୍ମୀଅଞ୍ଜନା ସାହୁ, ପ୍ରତିଭା ରାୟ, ଶୁଭଙ୍କର ସିଂ, ଅଭିନାସ ନାଥ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *