କଟକ ସଦର ରେ ପ୍ରଧାନମନ୍ତ୍ରୀ ଙ୍କ ‘ମନକି ବାତ୍’ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ସାଂସଦ ଓ ବିଧାୟକ 

କଟକ ସଦର , ୨୯/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାସର ଶେଷ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ୧୧୪ ତମ ମନକିଵାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆଜି କଟକ ସଦର ବିଜେପି ପକ୍ଷରୁ କନ୍ଦରପୁର ମଣ୍ଡଳ ଅନ୍ତର୍ଗତ ଗତିରାଉତ ପାଟଣା ପଞ୍ଚାୟତ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଲୋକସଭା ସାଂସଦ ତଥା ନବ ନିଯୁକ୍ତ ପାର୍ଲାମେଣ୍ଟାରୀ ଅର୍ଥ ବିଭାଗ ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ ଭର୍ତୃହରି ମହତାବ ଓ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଥିଲେ। ଏହି ଅବସରରେ ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସଭ୍ୟ ସଂଗ୍ରହ ଅଭିଯାନର ସଦର ପ୍ରଭାରୀ ପ୍ରତାପ ଚନ୍ଦ୍ର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ, ସଦର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ମନକି ବାତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ବିଜେପି ନାରୀ ନେତ୍ରୀ ତଥା ପୂର୍ବତନ ସରପଂଚ ଲକ୍ଷ୍ମୀପ୍ରିୟା ସ୍ୱ।ଇñ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *