ଭୁବନେଶ୍ୱର, ୩୦/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆଜିର ଆହ୍ୱାନ “ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ” ଶୀର୍ଷକ ଆଲୋଚନା ଚକ୍ର ଓ ମାସିକ କର୍ମଶାଳା ସମୀକ୍ଷା ବୈଠକ ବିଜୟ କୁମାର ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ସହିତ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ,ଡି, ଆଇ, ବି, ବ୍ୟାଙ୍କର ଉପପ୍ରବନ୍ଧକ ଓ ଏମଏସ ଏମ ଇ ହେଡ଼ ପଙ୍କଜ କୁମାର, ସମ୍ମାନିତ ଅତିଥି ଭାବେ ଏ, ବି, ପଟନାୟକ ଜେଏସ ଇଣ୍ଡଷ୍ଟ୍ରିସ, ଉଦ୍ୟୋଗୀଙ୍କ ସମ୍ମିଳିତ ଉଦ୍ୟମ, ଉଦ୍ୟୋଗୀଙ୍କ ନିଷ୍ଠା, ଟେକ୍ନୋଲୋଜି ବେଶ ପ୍ରଡ଼କ୍ସନ, କେଶ ବେଶ ସାଲ୍ୟୁ ସନ, ଉଦ୍ୟୋଗୀକୁ ପ୍ରୋତ୍ସାହିତ କରିବା ସହିତ ଅଧିକରୁ ଅଧିକ ଉଦ୍ୟୋଗ ସୃଷ୍ଟି ଦିଗରେ ସହାୟକ ହୋଇ ପାରିବେ ବୋଲି ମତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ପ୍ରତ୍ୟେକ ଉଦ୍ୟୋଗୀ ଜଣେ ଜଣେ ରାଷ୍ଟ୍ର ନିର୍ମାତା ଏଥିପାଇଁ ଉଦ୍ୟୋଗୀ ମାନେ ଗର୍ବ କରିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ କୁମାର ମତ ବ୍ୟକ୍ତ କରିଥିଲେ । ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା ସମୃଦ୍ଧି ଉପରେ ସଭାପତି ଶ୍ରୀ ଯୁକ୍ତ ମିଶ୍ର ମତବ୍ୟକ୍ତ କରିଥିଲ । ଘରେ ଘରେ ଉଦ୍ୟୋଗୀ ସୃଷ୍ଟି ହେବା ଉପରେ ସଭାପତି ଶ୍ରୀ ଯୁକ୍ତ ମିଶ୍ର ଗୁରୁତ୍ୱ ଆରୋପ କରିଥିଲେ । ଚାକିରୀ ପଛରେ ନ ଗୋଡ଼ାଇ ନିଜେ ଉଦ୍ୟୋଗ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ସୀତାଂଶୁ ଶେଖର ମହାରଣା, ନୀଳୟ କାନ୍ତ ନାୟକ, ସଂଯୋଜକ ବି, ପି ସିଂ ଉଦ୍ୟୋଗୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
