କିଶନନଗର ତହସିଲ ପରିସରରେ ବି ଜବରଦଖଲ , ପ୍ରଶାସନ ଦୃଷ୍ଟି ଦିଅନ୍ତୁ

କଟକ ସଦର,୧୫/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଅଞ୍ଚଳରେ ଜବରଦଖଲ ଅତି ମାତ୍ରାରେ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଆସୁଥିଲା ବେଳେ ଶେଷରେ ତହସିଲ ପରିସର ବି ଜବରଦଖଲ ହୋଇଥିବା ଜଣାପଡ଼ିଛି। ତହସିଲ ପରିସରରେ ବେଆଇନ ଭାବେ କେବିନ୍ ପକାଯାଇ ଜେରକ୍ସ ମେସିନ ପକାଯିଵା ସହିତ ବିଭିନ୍ନ ଅନଲାଇନ ବ୍ୟବସାୟୀକ କାର୍ଯ୍ୟ ବେଆଇନ୍ ଭାବେ ଚାଲୁରହିଛି।

ସେଥିରେ ତହସିଲରେ ଉପନିଵନ୍ଧନ କାର୍ଯ୍ୟାଳୟ ଖୋଲାଯିବା ଠାରୁ ଉଭୟ ତହସିଲ ଓ ଉପନିଵନ୍ଧନ କାର୍ଯ୍ୟାଳୟ ଏବେ ଦଲାଲଙ୍କ କବଳରେ ରହିଥିବା ଅଭିଯୋଗ ହେଉଛି। ଯେଉଁଥି ପାଇଁ ସାଧାରଣ ଲୋକେ ଶୋଷଣ ର ଶୀକାର ହେଉଥିବା ଜଣାପଡିଛି। ତୁରନ୍ତ ଏଥିପ୍ରତି ତହସିଲ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *