ଚୋରା ମଦ ଜବତ ,୨ ମହିଳା ସମେତ ୫ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା,୨୦/୦୮/୨୦୨୫(ଓଡ଼ିଶା ସମାଚାର)- ଜିଲାପାଳଙ୍କ ନିର୍ଦ୍ଧେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ରୁରାଲ ଓ ଜମ୍ବୁ ମେରାଇନ ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମାଳିପୁର ଗ୍ରାମର ପ୍ରଶାନ୍ତ ମଳିକ(୩୭)ଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଡାମରପୁର ଗ୍ରାମର କନ୍ହେଇ ସେଠୀ(୪୧)ଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ, ଜମ୍ବୁ ଗ୍ରାମର ନୀଳମାଧବ ମଣ୍ଡଳ(ବୟସ-୪୬) ଙ୍କ ଠାରୁ ୪୬୯ ଲିଟର ଦେଶୀ ରନ୍ଧା ମଦ, ଶିବାନୀ ମଣ୍ଡଳ(୪୫)ଙ୍କ ଠାରୁ ୭୬୮ ଲିଟର ଦେଶୀ ରନ୍ଧା ମଦ ଓ କାଜଲ ମଣ୍ଡଳ (୫୭) ଙ୍କ ଠାରୁ ୮୯୧ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ପାଖରୁ ସମୁଦାୟ ୨୧୭୦ ଲିଟର, ଦେଶୀ, ଦେଶୀ ରନ୍ଧା ମଦ ଓ ବିଦେଶୀ ମଦ ଜବତ କରାଯାଇ ୨ ମହିଳାଙ୍କ ସମେତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ କଳ୍ପନା ରାଉତ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *