ବିଶିଷ୍ଟ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ପରଲୋକ – ମୁଖ୍ୟମନ୍ତ୍ରୀ ଙ୍କ  ଶୋକ

ଭୁବନେଶ୍ୱର,୧୭/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପରଲୋକରେ ଓଡ଼ିଶାର ବିଶିଷ୍ଟ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଭୁବନେଶ୍ଵର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି। ହ୍ୟୁମାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସଙ୍ଗୀତ ଦୁନିଆରେ ଏହା ଏକ ଅପୂରଣୀୟ କ୍ଷତି ବୋଲି ସଙ୍ଗୀତପ୍ରେମୀ ମତ ଦେଇଛନ୍ତି। ହ୍ୟୁମାନ ସାଗର ଙ୍କ ପରଲୋକ ଖବର ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀ କ ଛନ୍ତି –   “ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।“

ସୂଚନା ଅନୁସାରେ, କିଡନୀ ଏବଂ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ହ୍ୟୁମାନ ଅସୁସ୍ଥ ଥିଲେ। କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ସ୍ଵାସ୍ଥ୍ୟ ଅଧିକ ଖରାପ ହେବାରୁ ଗତ ୧୪ ତାରିଖରେ ତାଙ୍କୁ ଭୁବନେଶ୍ଵର ଏମସରେ ଭର୍ତ୍ତି କରାଯାଇଥିଲା। ଶେଷରେ ତାଙ୍କର ପରଲୋକ ଘଟିଛି।

Leave a Reply

Your email address will not be published. Required fields are marked *