ଗ୍ରାମ୍ୟା ରାସ୍ତାରେ ହାଇୱା ଗାଡ଼ି ଚଳାଚଳ କୁ ବିରୋଧ

ଭୁବନ ୨୮/୧୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଗଡ ନୃସିଂହ ପ୍ରସାଦ ଛକ ୫୩ ନମ୍ବର ଜାତୀୟ ରାଜପଥ ରୁ ବାରୁଆଁ ,ଓଡ଼ିଶ ଦେଇ ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳକୁ ପ୍ରତି ଦିନ ୫୦ ରୁ ଉର୍ଦ୍ଧ୍ବ ୧୦ ଚକିଆ ହାଇୱାରେ ଓଭର ଲୋଡ ୪୦ ଟନ ବାଲି ଯାଉଛି । ଫଳରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ଖରାପ ହେବା ସହ ଖାଲ ଖମା ରେ ପରିଣତ ହେଲାଣି ।

ଭୁବନ ଅଞ୍ଚଳର ବିଭିନ୍ନ ବାଲି ଘାଟରୁ ହାଇୱା ଗାଡ଼ି ଗୁଡ଼ିକ ମଙ୍ଗଳ ପୁର ଦେଇ କାଳିଆ ପାଣି ଖଣି ଅଞ୍ଚଳକୁ ଯିବା ପରିବର୍ତ୍ତେ ତେଲ ଓ ସମୟ ବଞ୍ଚାଇବା ପାଇଁ ଗ୍ରାମ୍ୟ ରାସ୍ତାରେ ଯାଉଛନ୍ତି । ଆର୍ ଡି/ ପି ଡବ୍ଲୁ ଡି ରାସ୍ତାରେ ୨୦ ଟନ କାପାସିଟି ର ଭାରିଯାନ ଚଳାଚଳ କରି ପାରିବ ବୋଲି ଆଇନ ଥିବା ବେଳେ ହାଇୱା ଗାଡ଼ିରେ ୪୦ ଟନ ବାଲି ଚାଲାଣ ହୋଇଥିବାରୁ ରାସ୍ତା ଖରାପ ହେଊଛି ଓ ଦୈନିକ ଛୋଟ ବଡ ଦୁର୍ଘଟଣା ମଧ୍ୟ ହେଉଛି । ରାତ୍ର ସମୟରେ ବେଧଡ଼କ ଭାବେ ଗାଡି ଗୁଡିକ ଯାତାୟାତ କରୁଥିବାରୁ ଗ୍ରାମବାସୀ ମାନେ ଶାନ୍ତିରେ ଶୋଇପାରୁନାଁହାନ୍ତି ।

ଗ୍ରାମ୍ୟ ରାସ୍ତାରେ ବେଆଇନ ଭାବେ ହାଇୱା ଗାଡ଼ି ଚଳାଚଳ କୁ ବନ୍ଦ କରାଯିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗାଡ଼ି ଚଳାଚଳ ବନ୍ଦ ନ କଲେ ସ୍ଥାନୀୟ ଲୋକେ ରାସ୍ତାକୁ ବାହାରିବାକୁ ନିଷ୍ପତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *