ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ: ଡ଼୍ରାଇଭର ଗିରଫ

ନିରାକାରପୁର, ୩୧/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ପଞ୍ଚାୟତ ହରିପୁର ଗ୍ରାମ୍ୟ ରାସ୍ତାରୁ ନିରାକାରପୁର ପୋଲିସ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ  ଡ଼୍ରାଇଭରକୁ  ଗିରଫ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ କି ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ନଂ ଓଡି ୦୨ ଏଇ ୫୪୮୧ ହରିପୁର ଗାଁ ରାସ୍ତାରେ ଆସୁଥିବାବେଳେ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ନିର୍ଦ୍ଦେଶରେ ପଇଁତରା ମାରୁଥିବା ପୋଲିସ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ପଥର ଚୋରା ଚାଲାଣ ହେଉଥିବାରୁ ଗାଡ଼ିକୁ ଜବତ କରି ଆଜି ଗାଡି ଡ଼୍ରାଇଭର ପ୍ରଶାନ୍ତ ପ୍ରଧାନ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏ ଏସ ଆଇ ତପନ କୁମାର ପ୍ରଧାନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *