ଭୁବନ,୨୮/୧୧/୨୦୨୫ (ଓଡ଼ିଶା ସମାଚାର)-ଭୁଵନ ବ୍ଳକ ଅନ୍ତର୍ଗତ ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ରାଜୀବ ଲୋଚନ ସାହୁ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାମଲ ନଡ଼ିଆ ଭାଙ୍ଗି ଜଳ ସିଞ୍ଚନ କରି ପବିତ୍ର କରିଥିଲେ । ଅନୁଷ୍ଠାନ ର ସଭାପତି ପୂର୍ବତନ ସରପଞ୍ଚ ଶ୍ରୀ ନଟବର ସାହୁ, ସମ୍ପାଦକ ଅବସରପ୍ରାପ୍ତ ପ୍ରଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ପାଣି ମିଳିତ ଭାବେ ଫିତା କାଟି ବିଜ୍ଞାନମେଳା କୁ ଉଦଘାଟନ କରିଥିଲେ।

ସମୁଦାୟ ୫୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ଶିଶୁ ବାଟିକାରେ ତେଜସ୍ଵିନୀ ପଟ୍ଟନାୟକ ପ୍ରଥମ, ସ୍ଵସ୍ତିକ ଶୁଭମ ବେହେରା ଦିତୀୟ, ମହେନ୍ଦ୍ର ପ୍ରତାପ ଖିଲାର ତୃତୀୟ ,କନିଷ୍ଠ ବିଭାଗରେ ସାଇ ଶ୍ରୀୟାଂଶ୍ ଵାହାଳିଆ ପ୍ରଥମ,ଡି ସାଇରା ବାରିକ୍ ଦିତୀୟ, ବିଶ୍ଵଜିତ୍ ଜେନା ଓ ଦିଵ୍ୟାଂସି ପରିଡା ତୃତୀୟ, ବରିଷ୍ଠ ବିଭାଗରେ ଦିଵ୍ୟାଂଶୁ କୁମାର ବେହେରା ପ୍ରଥମ, ପ୍ରଜ୍ଞା ପରିମିତା ପୋଇ,ସ୍ନେହାଂସୁ ଶେଖର ପାଣି ଦିତୀୟ ,ସାଇ ସ୍ବରୂପ ରାଉତ, ଅଭିଳାଷ ସାମଲ ତୃତୀୟ ସ୍ଥାନ ହାସଲ କରିଥିଲେ ।
ପ୍ରଶାନ୍ତ ସାମଲ, ରାଜୀବ ଲୋଚନ ସାହୁ ଓ ଶୁଭଶ୍ରୀ ନାୟକ ବିଜ୍ଞାନ ମେଳା ର ବିଚାରପତି ଭୂମିକା ସମ୍ପାଦନ କରିଥିଲେ। ପରିଚାଳନା କମିଟି ସଦସ୍ୟ ଅଦୈତ ସାହୁ, ଵିକ୍ରମାଦିତ୍ୟ ବେହେରା, ଭୀମସେନ ସାହୁ, ବିଳାସ କୁମାର ମଲ୍ଲିକ୍, ଖୁଲଣା ରାଉତ ଓ ଅତିଥି ସୁଭଦ୍ରା ବେହେରା ଉପସ୍ଥିତ ରହି ବିଜ୍ଞାନ ମେଳାର ଶୋଭା ବର୍ଦ୍ଧନ କରିଥିଲେ। ବିଜ୍ଞାନ ମେଳା ର ସଫଳ ରୂପାୟନ ପାଇଁ ସମ୍ପାଦକ ଶ୍ରୀ ରମେଶଚନ୍ଦ୍ର ପାଣି, ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ନିରୁପମା ମହାନ୍ତି ପୃଷ୍ଠପୋଷକ ଭାବରେ କାର୍ଯ୍ୟ ପରିଚାଳନା କରିଥିଲେ। ଶୁଭଶ୍ରୀ ନାୟକ,ଅହଲ୍ୟା ବାରିକ,ନିରୁପମା ନାୟକ,ପ୍ରତିମା ରାଉତ,ରଶ୍ମିତା ବେହେରା,ସ୍ୱାଗତିକା ମେଳା, ଇନିବାଲା ଭୂତିଆ, ସ୍ନେହାଞ୍ଜଳି ବେହେରା,ରଶ୍ମିତା ବାରିକ ପ୍ରମୁଖ ଗୁରୁମା ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
