ପ୍ରଧାନ ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ନିଶ୍ଚିନ୍ତକୋଇଲି, ୦୧/୦୯/୨୦୨୪(ଓଡିଶା ସମାଚାର /ଅଭୟ ଜେନା )ନିଶ୍ଚିନ୍ତକୋଇଲି ବ୍ଲକ ମହାନଦୀ ଚିତ୍ରୋତ୍ପଳା ଦୀପାଞ୍ଚଳ ଅନ୍ତର୍ଗତ ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବପ୍ରସାଦ କରଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସେଠୀ ପ୍ରଥମେ ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ସ୍ବର୍ଗତ ବୀରବର ସାହୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଉତ୍ସବ ରେ ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ଡ଼କ୍ଟର ଗୋବିନ୍ଦ ଭୂୟାଁ , ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷହିରା ଲାବନ୍ୟବତୀ ବେହେରା,ସାହିତ୍ୟିକା ଡ଼କ୍ଟର ଆରତୀ କର,ଅକ୍ଷୟ କୁମାର ନନ୍ଦ, ଶିକ୍ଷାବିତ୍ ରବୀନ୍ଦ୍ରନାଥ ପ୍ରଧାନ ,ସରପଞ୍ଚ ବିଶ୍ୱ ଭୂଷଣ ନାୟକ ଯୋଗ ଦେଇଥିଲେ  । ମୁଖ୍ୟ ବକ୍ତା ଭାବେ ଡ଼କ୍ଟର ଶାରଦା ପ୍ରସାଦ କର ଯୋଗ ଦେଇଥିବାବେଳେ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦାନ କରଥିଲେ । ମଞ୍ଚାସିନ ବକ୍ତା ମାନେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କରଙ୍କର ଉତ୍ତମ ଶିକ୍ଷାଦାନ ସହ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ବିଧାୟକ ଶ୍ରୀ ସେଠୀ ପ୍ରଧାନ ଶିକ୍ଷକ ଶ୍ରୀ କର ଙ୍କର ଶିକ୍ଷାଦାନ ଶୈଳୀ ଓ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ର ଉଚ୍ଚ ପ୍ରଶଂସା କରିଥିଲେ  । ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ କର ଙ୍କୁ ବିଧାୟକ ଶ୍ରୀ ସେଠୀ ଙ୍କ ସମେତ ଉତ୍ସବ ରେ ବହୁ ଶିକ୍ଷକ, ସହକର୍ମୀ, ଛାତ୍ର ଛାତ୍ରୀ, ଗ୍ରାମବାସୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧନା ଦେଇଥିଲେ । କାର୍ୟ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ସହକର୍ମୀ ଓ ଛାତ୍ର ଛାତ୍ରୀ ମାନେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *