କଟକ ସଦର, ୦୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ରେ ଅନେକ ସାମାଜିକ ସଂଗଠନ ଗଠନ ହୋଇ ସେମାନଙ୍କ ର ଜନସାଧାରଣଙ୍କ ପାଇଁ ସେବା କାର୍ଯ୍ୟ ଜୋରଦାର ହୋଇଥିଵା ଏବଂ ସେମାନଙ୍କ ମଧ୍ୟରୁ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ଓ ‘ଵିଷ୍ଣୁପ୍ରିୟା ସେବା ସମିତି’ ତାର ନିରବଚ୍ଛିନ୍ନ ସେବା ଯୋଗାଇ ଚାଲିଛି। ଏହି ସମୟରେ ବିଶ୍ବହିନ୍ଦୁ ପରିଷଦ ଦ୍ୱାରା ପରିଚାଳିତ ‘ଓଡିଶା ରାଷ୍ଟ୍ରଵାଦୀ ସଂଘ’ ଆତ୍ମପ୍ରକାଶ କରି ସେବା କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି।
ପୂର୍ବରୁ କଟକ ସଦର ରେ ‘ଉତ୍କଳ ବିକାଶ ପରିଷଦ’ ଗଠନ କରି ଏହାର ସଭାପତି ଭାବେ ବର୍ତମାନ ର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ସଂଗଠନ କୁ ଦୃତ ଗତିରେ ଆଗକୁ ଵଢାଇଥିଵା ବେଳେ ଏବେ ସେହି ସଂଗଠନ ନିର୍ବାଚନ ପରଠାରୁ ନିଷ୍କ୍ରିୟ ଅବସ୍ଥାରେ ଅଛି। ଏଥିପାଇଁ ଉତ୍କଳ ବିକାଶ ପରିଷଦ ର ବହୁ ଆଗଧାଡିର ସ୍ୱଛାସେଵୀ ମାନେ ‘ଓଡିଶା ରାଷ୍ଟ୍ରଵାଦୀ ସଂଘ’ ଓ ଏହାର ସଭାପତି ଇଂ ଗିରିଜା ଶଙ୍କର ପତି ଙ୍କ ଉପରେ ଆସ୍ଥା ପ୍ରକଟ କରି ସଂଘ ର ସେବା କାର୍ଯ୍ୟ ସହିତ ସଂଗଠନ ସୁଦୃଢରେ ଆଗେଇ ଆସିଥିବା ଦେଖାଯାଉଛି।
