କଟକ ଜିଲ୍ଲାର ୯୧ ଅଧିକାରୀଙ୍କ ଦରମା ବନ୍ଦ ତାଲିକା ୩୬ ହେବାକୁ ନେଇ ଦ୍ବନ୍ଦ

କଟକ ସଦର,୨୮/୧୧/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଗଣମାଧ୍ୟମ ପାଖକୁ ଆସିଲା ସରକାରୀ ଚିଠି ଓ ତାଲିକା। ଏହି ତାଲିକାରେ କଟକ ଜିଲ୍ଲାର ୯୧ ଜଣ ଅଧିକାରୀଙ୍କ ନାଁ ଥିଲା। ଯେଉଁମାନେ ମୂଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରୁ ଆସିଥିବା ଅଭିଯୋଗ ଗୁଡ଼ିକର ସମାଧାନ ରେ ଅବହେଳା ପ୍ରଦର୍ଶନ କରିଥିଲେ। ସେଥିପାଇଁ ସେମାନଙ୍କର ନଭେମ୍ବର ମାସର ଦରମା ବନ୍ଦ ରଖିବାକୁ ଟ୍ରେଜେରୀକୁ ଚିଠି ଲେଖାଯାଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବାର କେତେ ଘଣ୍ଟା ପରେ ତାହା ପୁଣି ବଦଳିଗଲା।୯୧ ହୋଇଗଲା ୩୬। ଏହାର ସ୍ପଷ୍ଟୀକରଣ ଦେଲେ ଜିଲ୍ଲା ଲୋକସମ୍ପର୍କ ବିଭାଗ। ତେବେ ପ୍ରଶ୍ନ ଉଠୁଛି ଯଦି ୯୧ ଜଣ ଅଧିକାରୀ ଲୋକଙ୍କ ଅଭିଯୋଗ ସମାଧାନ କରିବାରେ ଅବହେଳା ପ୍ରଦର୍ଶନ କରିଛନ୍ତି ତେବେ ସେଥିରୁ ମାତ୍ର ୩୬ ଜଣଙ୍କ ଦରମା ବନ୍ଦ କାହିଁକି କରାଯିବ। ଅନ୍ୟ ବଡ଼ ବଡ଼ ଅଧିକାରୀଙ୍କ ଦରମା କେଉଁ ଆଧାରରେ ବନ୍ଦ ନକରିବା ପାଇଁ ନିଷ୍ପତ୍ତି ନିଆଗଲା ତାକୁ ନେଇ ଦ୍ଵନ୍ଦ ଦେଖାଦେଇଛି।

Leave a Reply

Your email address will not be published. Required fields are marked *