ଜଗତସିଂହପୁର ଜିଲ୍ଲା ରୁ ୭ ଜଣ ପାଇଲେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଜଗତସିଂହପୁର, ୨୭/୧୧/୨୦୨୫ (ଓଡ଼ିଶା ସମାଚାର)-  ୨୦୨୩, ୨୦୨୪ ଓ ୨୦୨୫ ବର୍ଷ ପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ତରଫରୁ ସମ୍ମାନ ଜନକ ଏକାଡେମୀ ପୁରସ୍କାର ଉତ୍ସବ ଗତ କାଲି ଲୋକସେବା ଭବନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି ।

ଜଗତସିଂହପୁର ଜିଲ୍ଲା ର ୭ ଜଣ ସୁଯୋଗ୍ୟ କଳାକାର ଙ୍କୁ ଏକାଡେମୀ ସମ୍ମାନ ପ୍ରଦାନ କରା ଯାଇଛି ।

ସଂଗୀତ ନିର୍ଦ୍ଦେଶକ ଓମ ପ୍ରକାଶ ମହାନ୍ତି ଓ ସଂଗୀତ ନିର୍ଦ୍ଦେଶକ କୃପାସିନ୍ଧୁ ବେହେରା ଙ୍କୁ ଯଥା କ୍ରମେ ୨୦୨୩ ଓ ୨୦୨୫ ପାଇଁ, ସୁଗମ ସଂଗୀତ ୨୦୨୪ ପାଇଁ ବିଷ୍ଣୁ ଚରଣ ନାୟକ, ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ୨୦୨୪ ପାଇଁ ଗୁରୁ କରୁଣାକର ନାୟକ,ଘୋଡାନାଚ ୨୦୨୫ ପାଇଁ ହେମନ୍ତ ରାଉତ ଓ ପାଇକ ଆଖଡ଼ା ୨୦୨୫ ପାଇଁ ଗୋଲେଖ ଜୟସିଂ  ଓ ପୁଷ୍ପିତା ମିଶ୍ର, ଓଡ଼ିଶୀ ନୃତ୍ୟ ୨୦୨୪ ଙ୍କୁ  ଏକାଡେମୀ ସମ୍ମାନ ରେ ସମ୍ମାନିତ କରା ଯାଇଛି ବୋଲି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବିଷ୍ଣୁ ଚରଣ ନାୟକ
ଓମ ପ୍ରକାଶ ମହାନ୍ତି
କୃପାସିନ୍ଧୁ ବେହେରା
କରୁଣାକର ନାୟକ
ହେମନ୍ତ ରାଉତ (ଘୋଡ଼ା ନାଚ)
ଗୋଲେଖ ଜୟସିଂ (ପାଇକ ଆଖଡ଼ା)
                      ପୁଷ୍ପିତା ମିଶ୍ର, ଓଡ଼ିଶୀ ନୃତ୍ୟ

Leave a Reply

Your email address will not be published. Required fields are marked *