ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ପୁସ୍ତକ ଲୋକାର୍ପିତ

                   ଲେଖକର ବକ୍ତବ୍ୟ ତା ଲେଖାରେ ପ୍ରତିଫଳିତ ହୁଏ

ଭୁବନେଶ୍ୱର,୦୪/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲେଖକର ବକ୍ତବ୍ୟ  ତା ଲେଖାରେ ପ୍ରତିଫଳିତ ହୋଇଥାଏ । ପ୍ରତି ଲେଖା ଭିନ୍ନ ଭିନ୍ନ ଭାବରେ ପାଠକଙ୍କ ଦ୍ୱାରା ବିଚାର କରାଯାଏ ବୋଲି ଅତିଥିମାନେ ମତ ଦେଇଛନ୍ତି  ।

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଭୁବନେଶ୍ୱର ସାହିତ୍ୟ  ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ନନ୍ଦ କିଶୋର ସିଂହଙ୍କ ଲିଖିତ ” ଓଡ଼ିଆ ମୁଁ ଓଡ଼ିଆ ” ଓ ଡ଼. ଅଶୋକ କୁମାର ସିଂହଙ୍କ ଲିଖିତ “ଦି ଗ୍ରାମାର ଅଫ ଡିକେ ” ଲୋକାର୍ପିତ ହୋଇଛି ।

କାର୍ଯ୍ୟକ୍ରମରେ ପ୍ର. ଯତୀନ ନାୟକ ଅତିଥି ଭାବରେ ଯୋଗଦେଇ ‘ଡିକେ’ ବା କ୍ଷୟ ମଧ୍ୟ ଆମ ଜୀବନର ଅଂଶ ଓ ଏହା ଚେତନାକୁ ଅଧିକ ରସାଣିତ କରିବାରେ ସାହାଯ୍ୟ କରିଥାଏ ବୋଲି ଉଲ୍ଲେଖ କରିଥିଲେ । ଅତିଥି ଡ଼. ନନ୍ଦ କିଶୋର ବିଶ୍ୱାଳ, ଶଙ୍କର ନାରାୟଣ ମଲ୍ଲିକ, ଲକ୍ଷ୍ମୀକାନ୍ତ  ଖୁଣ୍ଟିଆ ଓ  ପୁସ୍ତକଦୁଇଟି ସମ୍ପର୍କରେ ଆଲୋଚନା କରିଥିଲେ । ଡ଼. ଆଦ୍ୟାଶା ଦାସ ଓ ଅଶୋକ ସିଂହଙ୍କ ମଧ୍ୟରେ ବାର୍ତାଳାପ ହୋଇଥିଲା ।

ଲେଖକଦ୍ବୟ ସେମାନଙ୍କ ଅଭିମତ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବହୁ କବି ଓ ଲେଖକଙ୍କ ସମେତ ଉଭୟ ପୁସ୍ତକର ପ୍ରକାଶକ ଓ ସାହିତ୍ୟପ୍ରେମୀ ଉପସ୍ଥିତ  ଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *