ଅର୍ଛିଲରେ ନୂତନ କୋଚିଲେଇ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହଙ୍କ ସିଂହାସନ ଆରୋହଣ

କଟକ ସଦର , ୨୭/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ଅର୍ଛିଲ ଗ୍ରାମର ଗ୍ରାମଦେବତୀ ମା’ କୋଚିଲେଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହଙ୍କ ମନ୍ଦିର ପ୍ରବେଶ କାର୍ୟ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ମହିଳା ମାନେ କଳସ ଶୋଭାଯାତ୍ରାରେ ଯାଇଁ ମହାନଦୀରୁ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନା କଲା ପରେ ଯାଜ୍ଞିକ ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ଵାରା ଯଜ୍ଞ କାର୍ୟ୍ୟକ୍ରମ କରାଯାଇଥିଲା। ପ୍ରତ୍ୟହ ନାମ ଯଜ୍ଞ,ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଶେଷ ଦିନ ଆଜି ଗୁରୁବାର ଦିନ ସମସ୍ତ କାର୍ୟ୍ୟ ଉଦଯାପିତ ହେବ। କାର୍ୟ୍ୟକ୍ରମ ପରିଚାଳନାରେ ଗ୍ରାମବାସୀମାନେ ସହାୟତା କରୁଛନ୍ତି ।

 

Leave a Reply

Your email address will not be published. Required fields are marked *