ଯାଜପୁର ବ୍ଲକ କଳାକାର ସଂଘ ର ଗୁରୁତ୍ବପୁର୍ଣ ବୈଠକ ।

ଯାଜପୁର, ୬/୮/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):-କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସଂପର୍କରେ ଆଜି ଯାଜପୁର ବ୍ଲକ କଳାକାର ସଂଘ ର ଏକ ବ୍ଲକ ସ୍ତରୀୟ ଗୁରୁତ୍ବପୁର୍ଣ ବୈଠକ ଓ ଆଲୋଚନା ଚକ୍ର ବରୁଆଁ  ତାରା ଦେବୀ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୋନାଲି ବେହେରା,ସମ୍ମାନିତ ଅତିଥିଭାବେ ବ୍ଲକ କଳାକାର ସଂଘ ଉପସଭାପତି ସନ୍ତୋଷ କୁମାର ପଣ୍ଡା ଓ ଭକ୍ତ ଚରଣ ଦାସ ,  ମୁଖ୍ୟବକ୍ତା ଭାବେ ବିଜେଡି ଯାଜପୁର ଜିଲ୍ଲା ସାଂସ୍କୃତିକ ସମନ୍ଵୟ କମିଟି ସଭାପତି ହରିହର ସ୍ବାଇଁ , ସଂଘ ସଂଯୋଜକ ପରେଶ୍ ମହାନ୍ତି ପ୍ରମୁଖ ଯୋଗ ଦେଇ କଳା ସଂସ୍କୃତି ଓ କଳାକାର ଙ୍କ ବିଷୟରେ ଆଲୋକପାତ କରିଥିଲେ ।

କଳାକାର ଙ୍କୁ ସେ ସଦାସର୍ବଦା ସାହାଯ୍ୟ କରିବା ଓ ସଂସ୍କୃତି କୁ ପ୍ରସାର ପ୍ରଚାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଜିଲ୍ଲା ସଂସ୍କୃତି ଅଧିକାରିଣୀ କହିଛନ୍ତି  ।କଳାକାର ମାନେ ଏକତ୍ର ହୋଇ ନିଜର ହକ ଆଦାୟ ପାଇଁ ସରକାର ଙ୍କୁ ଅବଗତ କରାଇବା ଓ ସୁବିଧା ଅସୁବିଧା ରେ ପରଷ୍ପର କୁ ସାହାଯ୍ୟ କରିବା ପାଇଁ ହରିହର ସ୍ୱାଇଁ ପରାମର୍ଶ ଦେଇଥିଲେ । ଏବେ କଳାକାର ମାନଙ୍କ ପାଇଁ ପ୍ରଦାନ କରାଯାଉଥିବା ମାସିକ ସହାୟତା ରାଶି ବୃଦ୍ଧି କରିବା ପାଇଁ ଉପରେ ସ୍ତର ରେ ଆଲୋଚନା କରିବେ ବୋଲି ଶ୍ରୀ ସ୍ବାଇଁ କହିଥିଲେ ।

ପରେ ପରେ ବ୍ଲକ ରୁ ଆସିଥିବା ଶତାଧିକ କଳାକାର ମାନେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ନିଜ ନିଜ ସମସ୍ୟା ଅବଗତ କରାଇଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ଏକ କମିଟି କରାଯାଇଛି ,ଯେଉଁ କମିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଖୁବ୍ ଶୀଘ୍ର ସାକ୍ଷାତ୍ କରି ବିଭିନ୍ନ ଦାବି ସମ୍ପର୍କରେ ଅବଗତ କରାଇବ ।

Leave a Reply

Your email address will not be published. Required fields are marked *