ନେମାଳ ରେ କୂଅ ମଧ୍ୟରୁ ଯୁବକ ର ମୃତଦେହ ଉଦ୍ଧାର : ହତ୍ୟାକାଣ୍ଡ ସନ୍ଦେହ

 ନିଶ୍ଚିନ୍ତକୋଇଲି,୦୩/୦୬/୨୦୨୪(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନେମାଳ ଥାନା ମାଳିଗାଁଗ୍ରାମର ଏକ କୂଅ ମଧ୍ୟରୁ ଜନୈକ ଯୁବକ ଙ୍କ ମୃତଦେହ ଆଜି ଅପରାହ୍ନରେ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଝଡ଼େଶ୍ୱର ପୁର ପଞ୍ଚାୟତ ମଙ୍ଗଳପୁର ଗ୍ରାମର ୪୦ ବର୍ଷ ବୟସ୍କ ଅସିତ କିଶୋର ଦାସ ଙ୍କ ମୃତଦେହ ଏକ କୂଅ ମଧ୍ୟରେ ପଡ଼ିଥିବା ଦେଖି ସ୍ଥାନୀୟ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ କୂଅ ମଧ୍ୟରୁ ମୃତଦେହ ଉଦ୍ଧାର କରାଯାଇଥିଲା ।  ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି । ମୃତ ବ୍ୟକ୍ତିଙ୍କ ବାପା ସାରଙ୍ଗ ଧର ଦାସ ନେମାଳ ଥାନାରେ ପୁଅକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଛନ୍ତି  ।  କେସ ନମ୍ବର  ୯୦/ ୨୦୨୪ ରେ  ନେମାଳ ଥାନାରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଛି  । ଖବର ରୁ ପ୍ରକାଶ ଯେ ମାଳିଗାଁ ଛକରେ କେତେକ ଦୋକାନ ରେ ନିୟମିତ ଚୋରାମଦ ବିକ୍ରିହୁଏ  ।  ମଦ୍ୟପାନ କରିବାକୁ ଆସି ଏପରି ଘଟଣା ଘଟିଥାଇ ପାରେ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *