୨୯ରେ ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସର ଅଷ୍ଟମ ସ୍ମାରକୀ ବକ୍ତୃତାମାଳା

ପଦ୍ମଭୂଷଣ ସ୍ୱପନ ଦାସଗୁପ୍ତା ଦେବେ ବକ୍ତୃତା

ଭୁବନେଶ୍ୱର,୨୭/୧୧/୨୦୨୫ (ଓଡ଼ିଶା ସମାଚାର)- ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସର ଅଷ୍ଟମ ସ୍ମାରକୀ ବକ୍ତୃତାମାଳା ଆସନ୍ତା ୨୯ ତାରିଖ ଶନିବାର ସନ୍ଧ୍ୟା ୫ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେଉଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଶ୍ରୀଯୁକ୍ତ ଭର୍ତୃହରି ମହତାବ, ମୁଖ୍ୟ ବକ୍ତା ଭାବେ ପଦ୍ମଭୂଷଣ, ପୂର୍ବତନ ସାଂସଦ ତଥା ଦେଶର ପ୍ରଖ୍ୟାତ ସାମ୍ବାଦିକ ଶ୍ରୀଯୁକ୍ତ ସ୍ୱପନ ଦାସଗୁପ୍ତା, ବିଶିଷ୍ଟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ତଥା ସମାଜସେବୀ ଶ୍ରୀମତୀ ନମ୍ରତା ଚଢା ଯୋଗଦେବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି ।

ଚଳିତବର୍ଷ “ଗଣମାଧ୍ୟମ, ଗଣତନ୍ତ୍ର ଏବଂ ସୁଶାସନ : ପାରମ୍ପରିକ ବନାମ ନୂତନ ଗଣମାଧ୍ୟମର ଭୂମିକା” ଶୀର୍ଷକ ବିଷୟବସ୍ତୁ ଉପରେ ମୁଖ୍ୟବକ୍ତା ଅଭିଭାଷଣ ରଖିବେ । ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଓ ନ୍ୟାସର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *