ଲକ୍ଷ୍ମୀପୁର ୨୦/୦୧/୨୦୨୪(ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ସ୍ଥାନୀୟ ବ୍ଲକ୍ ପାଇଁ ଜୱାହାର ନବୋଦୟ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି। କୋରାପୁଟ ସ୍ଥିତ ଲାଣ୍ଡିଗୁଡ଼ା ଠାରେ ୬ଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ ଲକ୍ଷ୍ମୀପୁର ବ୍ଲକ୍ ର ୩୧୬ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୨୫୪ ଜଣ ପରୀକ୍ଷା ଦେଇଥିବା ବେଳେ କୌଣସି କାରଣରୁ ୬୨ ଜଣ ଅନୁପସ୍ଥିତ ଥିଲେ।ଉକ୍ତ ଚୟନ ପରୀକ୍ଷା ପାଇଁ ଅଧିକ୍ଷକ ଭାବେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ, କ୍ଲଷ୍ଟର ସ୍ତରୀୟ ପର୍ଯ୍ୟବେକ୍ଷକ ସୁରେଶ କୁମାର ଗୁପ୍ତା ଓ ବିବେକ ଅନନ୍ତେଶ୍ୱର୍ ନିୟୋଜିତ ହୋଇ ଥିବା ବେଳେ ନିରୀକ୍ଷକ ଭାବେ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ଶଙ୍କର ଗୁଡୁମ୍ବକା, କସ୍ତୁରୀ ଶବର, ପ୍ରିୟଙ୍କା ବିଶୋଇ, ଜେଶ୍ନା ପଣ୍ଡା, ସୁନୀତା ସାହୁକାର, ରୋଜାଲିନ ସ୍ବାଇଁ, ମମତା ମହାନ୍ତି, ମାନସ ରଞ୍ଜନ ଜେନା, କ୍ରିଷ୍ଣା ମଣି ଖିଲ୍ଲ, ଲଳିତ ମୋହନ ଦେଓ,ସୁଜିତ୍ ଖୋସ୍ଲା, ପ୍ରେମଜିତ୍ ଗରଡ଼ା, ସବିତା ପ୍ରଧାନୀ ଓ ସଞ୍ଜିତା ଦେ ନିରୀକ୍ଷଣ କାର୍ଯ୍ୟ ସୂଚାରୁ ରୁପେ ତୁଲାଇ ଥିଲେ।ପରୀକ୍ଷା ପରିଚାଳନାରେ ବିମଲ୍ କୁମାର ହଲବା,ଡଲୀ ରାଣୀ ଖରା, ସଂଯୁକ୍ତା ତୂରୁକ, ନୂତନ୍ ଚେଟି, ବୈଜୟନ୍ତି ମିଣିଆକା, କୁନ୍ତୀ ମୁଦୁଲି ଓ ରଜେଶ୍ଵରି ମହାରଣା ସହଯୋଗ କରିଥିଲେ। ଏ ବି ଇ ଓ ବିଭୂତି ଭୂଷଣ ଟକ୍ରି ଓ ତହସିଲଦାର ନିର୍ମଳ କୁମାର ନାୟକ କେନ୍ଦ୍ରରେ ଉପସ୍ଥିତ ଥିବା ବେଳେ ଲାଣ୍ଡିଗୁଡ଼ା ଜେ ଏନ୍ ଭି ଅଧ୍ୟକ୍ଷା ମିଲାନି ମିତ୍ର କେନ୍ଦ୍ର ପରିଦର୍ଶନ ରେ ଆସିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲକ୍ଷ୍ମୀପୁର ପୋଲିସ୍ ମୁତୟନ ହୋଇଥିବା ବେଳେ ପରୀକ୍ଷା ସକାଳ ୧୧.୩୦ ରେ ଆରମ୍ଭ ହୋଇ ୧.୩୦ ରେ ଶେଷ ହୋଇଥିଲା। ଉକ୍ତ ଚୟନ ପରୀକ୍ଷାରେ ଯୋଗ୍ୟ ଛାତ୍ର ଛାତ୍ରୀ ଲଣ୍ଡିଗୁଦା ସ୍ଥିତ ଯେ ଏନ୍ ଭି ରେ ୬ ଷ୍ଠ ଶ୍ରେଣୀରେ ପଢି ପାରିବେ।
Related Posts
ବିଦ୍ୟାଳୟର ଉନ୍ନତି କଳ୍ପେ ବନ୍ଧୁମିଳନ
ଭୁବନେଶ୍ୱର,୧୦/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ସରକାରୀ ଉ ପ୍ରା ବିଦ୍ୟାଳୟ, ବି ଜେ ବି ନଗର ରୁ୨୦୧୬ ମସିହା ବ୍ୟାଚ ର ଛାତ୍ରଛାତ୍ରୀ ମାନଙ୍କର ଏକ…
କେନ୍ଦ୍ରାପଡା ମହାବିଦ୍ୟାଳୟର ଆଇ.କୁ୍ୟ.ଏ.ସି. ବୈଠକ
କେନ୍ଦ୍ରାପଡ଼ା, ୨୩/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଇ.କୁ୍ୟ.ଏ.ସି.ର ଚଳିତ ଶିକ୍ଷାବର୍ଷର ପ୍ରଥମ ତୈ୍ରମାସିକ ବୈଠକ ଶନିବାର କଲେଜ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି ।…
ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମିଳିତ ମଂଚର ବିଧାନସଭା ସମ୍ମୁଖରେ ଧାରଣା
ବ୍ୟାରିକେଡ଼ ଭାଙ୍ଗିଲେ କଲେ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ଭୁବନେଶ୍ୱର,୧୨/୧୨/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ପାର୍ଟ ଟାଇମ କଳା ଓ…
