ସାଙ୍ଗାନା ରେ ଭାଷା, ସାହିତ୍ୟ ଓ ସୃଜନ ସିଳତା ଉତ୍ସଵ

ଲକ୍ଷ୍ମୀପୁର ୨୦/୦୧/୨୪(ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ଠାରେ ଭାଷା, ସାହିତ୍ୟ ଓ ସୃଜନ ସିଳତା ଉତ୍ସବ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବ ରେ ପୂର୍ବତନ ସାଂସଦ ଝୀନ ହିକକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହକୁ ପୂଜା ପରେ ରିବନ କାଟି ଶୁଭ ଉଦ୍ଘାଟନ କରିଥିଲେ।ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଶ୍ରୀ ହିକକା ସୃଜନୀ ଉତ୍ସବ ର ଉଦ୍ଦେଶ୍ୟ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିବା ସହ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚାରୋଟି କ୍ଲବ୍ ରେ ପ୍ରସ୍ତୁତ କାହାଣୀ ଲିଖନ,ପୁସ୍ତକ ସମୀକ୍ଷା, ବିଭିନ୍ନ ମଡେଲ ଓ ବାଲୁକା ଶିଳ୍ପ ଦେଖି ବିମୋହିତ ହୋଇଥିଲେ। ବିଦ୍ୟାଳୟର ସାହିତ୍ୟ ସୃଜନୀ କ୍ଲବ୍ ର ସକ୍ରିୟ ପ୍ରଦର୍ଶନ, କ୍ରିଡ଼ାଙ୍ଗନ କ୍ଲବ ରେ କୃତିତ୍ୱ ସହ କ୍ରୀଡା ସାମଗ୍ରୀ ପ୍ରଦର୍ଶନ, ଗଣିତ ପାଇଁ ଉଦ୍ଦିଷ୍ଟ କ୍ଲବ୍ କୌଶଲି ରେ କମ୍ପ୍ୟୁଟର ଜ୍ଞାନ, ମଡେଲ ତଥା କୋଡ କ୍ଲବ ଜରିଆରେ ଶିକ୍ଷଣ, ବିଜ୍ଞାନ ପାଇଁ ଉଦ୍ଦିଷ୍ଟ ଜିଜ୍ଞାସା କ୍ଲବ୍ ରେ ବିଭିନ୍ନ ମଡେଲ ପ୍ରଦର୍ଶନ ତଥା ଏ ବର୍ଷ ବାରିପଦାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ସ୍ବାସ୍ଥ୍ୟ ପାଇଁ ମିଲେଟ ଓ ଯୋଗ ମଡେଲ ପ୍ରଦର୍ଶନ କରି ପାୟଲ ଚୋଧୁରୀ ଉଚ୍ଚ ପ୍ରଶଂସିତ ହୋଇଥିଲେ।ସେହିପରି ଛାତ୍ର ଉପେନ୍ଦ୍ର ପ୍ରେପେକା ଙ୍କ ଦ୍ଵାରା ବାଲୁକା ଶିଳ୍ପରେ ଆମେ ଗଢ଼ିବା ନବୀନ ଓଡ଼ିଶା ପ୍ରଦର୍ଶନ ଖୁବ୍ ସୁନ୍ଦର ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁତି ଭୂଷଣ ଟାକ୍ରି,ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ସଭାପତି ଡ଼.ମହାଦେବ ଶତପଥୀ,ପୁରାତନ ଶିକ୍ଷକ ଫକିର ମୋହନ ସାହୁ,ପୁରାତନ ଛାତ୍ର ଜୟକୃଷ୍ଣ ସାହୁ,ଭି.ନାଗରାଯୁ,ମାଧବ କରକରା ପ୍ରମୁଖ ଉପସ୍ଥିତ ରହି ମେଳା ବୁଲି ଦେଖିବା ସହ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ଅଭିନୀତ କ୍ଷୁଦ୍ର ନାଟକ,ପାରମ୍ପରିକ ଢେମ୍ସା ନୃତ୍ୟ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଉପଭୋଗ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରସ୍ତୁତ କ୍ଲବ ୱାରୀ ଷ୍ଟଲ୍ ଗୁଡିକ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ହୋଇଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ। କ୍ଲବ୍ ର ସମସ୍ତ ସଦସ୍ୟଙ୍କୁ ଉପହାର ପ୍ରଦାନ କରାଯିବା ସହ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା।ଶିକ୍ଷକ ସପନ କୁମାର ଦିକ୍ଷୀତ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଶଙ୍କର ଗୁଡୁମ୍ବାକା, ସୁକାନ୍ତ ଯାଦବ,କସ୍ତୁରୀ ଶବର, ଯେଶ୍ନା ପଣ୍ଡା, ସୁନିତା ସାହୁକାର,ପ୍ରିୟଙ୍କା ବିଶୋଇ,ମମତା ମହାନ୍ତି,ରୋଜାଲିନ ସ୍ବାଇଁ ପ୍ରମୁଖ ଷ୍ଟଲ୍ ରେ ଉପସ୍ଥିତ ରହି ତଥ୍ୟ ପ୍ରଦାନ କରିଥିଲେ।ନୂତନ ଚେଟି,ଵୈଜୟନ୍ତୀ ମିଣିଆକା,କୁନ୍ତୀ ମୁଦୁଲି,ସଂଯୁକ୍ତା ତୁରୁକ୍ ସମସ୍ତ କାର୍ୟ୍ୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *