ବିଶ୍ୱାସ ୟୁଥକ୍ଲବ ପକ୍ଷରୁ ହୁ୍ୟମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୨୫/୧୧/୨୦୨୫(ଓଡ଼ିଶା ସମାଚାର)- ତିନିମୁହାଣୀ କଲେଜ ଛକସ୍ଥିତ ବିଶ୍ୱାସ ୟୁଥ କ୍ଲବ ପକ୍ଷରୁ ସଂଗୀତକାର ହୁ୍ୟମାନ ସାଗରଙ୍କୁ ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସମସ୍ତଙ୍କର ଜଣାଶୁଣା ଏବଂ ସବୁରି ପ୍ରିୟ ସଂଗୀତକାର, ଗାୟକ ଓଡିଶାର କୋଣ ଅନୁକୋଣରେ ପରିଚିତ ଥିଲେ ।

ତାଙ୍କର ଲୋକପ୍ରିୟ ସଂଗୀତ ଛୋଟରୁ ବଡ ଯାଏ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା । ତାଙ୍କ ଅକାଳ ବିୟୋଗରେ ସମଗ୍ର ଓଡିଶାବାସୀ ସ୍ତବ୍ଧ ହୋଇଯାଇଥିବା ବେଳେ ତିନିମୁହାଣୀ ବିଶ୍ୱାସ କ୍ଲବ ପକ୍ଷରୁ ମହମବତୀ ଜଳାଇ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ସଦସ୍ୟମାନେ ହୁ୍ୟମାନ ସାଗରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *