ଉନ୍ନୟନ କମିଶନଙ୍କୁ ଭେଟିଲେ ଆତିଥେୟତା ଉଦ୍ୟୋଗରେ ନିଯୁକ୍ତି ପାଇଥିବା ୧୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ

କାମତ ହୋଟେଲ (ଇଣ୍ଡିଆ) ଲିମିଟେଡ୍ ଓଡ଼ିଶା ସରକାରଙ୍କ ସହଯୋଗରେ ଇରା ବାଇଅର୍କିଡ୍ ହୋଟେଲ୍,ଲୋଟସ୍ ରିସୋର୍ଟ ଏବଂ ମହୋଦଧି ପ୍ୟାଲେସରେ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହନ

ଭୁବନେଶ୍ୱର,୨୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅନ୍ତର୍ଭୁକ୍ତିକରଣ ଓ ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ ‘କାମତ ହୋଟେଲ୍ସ (ଇଣ୍ଡିଆ) ଲିମିଟେଡ୍’ ପକ୍ଷରୁ ଶ୍ରବଣ ଓ ବାକ୍ ଅକ୍ଷମତା ଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁଇରା ବାଇ ଅର୍କିଡ୍ ହୋଟେଲ,ଭୁବନେଶ୍ୱର, ଲୋଟସ୍ ରିସୋର୍ଟ, କୋଣାର୍କ ଏବଂ  ମହୋଦଧି ପ୍ୟାଲେସ୍ ,ପୁରୀ ପକ୍ଷରୁ ନିଯୁକ୍ତି ଦେବାକୁ ଘୋଷଣା କରାଯାଇଛି। ଏହି ପଦକ୍ଷେପ ‘କାମତ ହୋଟେଲ’ର ଏକ ଅନ୍ତର୍ଭୁକ୍ତ କର୍ମକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହି ପରିପ୍ରେକ୍ଷୀରେ ଗତ କାଲି ଜାନୁଆରୀ ୨୦ ତାରିଖ, ସୋମବାର  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଏହି ନବ ନିଯୁକ୍ତ ଛାତ୍ରଛାତ୍ରୀମାନଙ୍କର ଏକ ପରାମର୍ଶ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ବିଭାଗର କମିଶନର ତଥା  ଶାସନ ସଚିବଶ୍ରୀ  ବଲୱନ୍ତ ସିଂ, କାମତ ହୋଟେଲଇଣ୍ଡିଆ ଲିମିଟେଡର ଆଞ୍ଚଳିକ ମହାପ୍ରବନ୍ଧକ ଶ୍ରୀ ଭରତ ଭୂଷଣ ବିଶ୍ୱାଳ, ଆଇଏଚ୍ଏମ୍, ଭୁବନେଶ୍ୱରର ଅଧ୍ୟକ୍ଷା ଶ୍ରୀମତୀ ଶାରଦା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ। ଆତିଥେୟତା ଉଦ୍ୟୋଗରେ ସମାନ ପଦକ୍ଷେପ ପାଇଁ ପ୍ରେରଣା ଏବଂ ପଥ ପ୍ରଶସ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପରିକଳ୍ପନା  କରାଯାଇଛି ।

          ଏହି ପରିପ୍ରେକ୍ଷୀରେ ପରିବେଶବିତ୍ ତଥା କାମତ ହୋଟେଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ. ବିଠଲ ଭେଙ୍କଟେଶ କାମତ କହିଛନ୍ତି, “ପ୍ରକୃତ ଆତିଥେୟତା ଉତ୍କୃଷ୍ଟ ସେବା ପ୍ରଦାନ କରିବା ଠାରୁ ଅଧିକ  ବୋଲି ଆମେ ଆମେ ବିଶ୍ୱାସ କରୁ- ଏହା ଜୀବନର ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ପର୍ଯ୍ୟନ୍ତ ବିସ୍ତାରିତ । ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ପଦକ୍ଷେପ ଅନ୍ତର୍ଭୁକ୍ତିକରଣ ଓ ସଶକ୍ତୀକରଣ ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ। ଆମେ ବିଶ୍ୱାସ କରୁଛୁ ଯେ, ଏହି ପଦକ୍ଷେପ ଅନ୍ୟମାନଙ୍କୁ ଅନୁସରଣ କରିବାକୁ ଏବଂ ଏକ ଅଧିକ ସମାବେଶୀ ଶିଳ୍ପ ନିର୍ମାଣ କରିବାକୁ ପ୍ରେରଣା ଦେବ।“

          ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏହି ଛାତ୍ରଛାତ୍ରୀଙ୍କ ସହିତ କିଛି ସମୟ ଧରି ଆଲୋଚନା କରିଥିଲେ। ଜଣେ ସାଙ୍କେତିକ ଭାଷା ଅନୁବାଦକଙ୍କ ସାହାଯ୍ୟରେ ସେମାନଙ୍କ ବିଷୟରେ ଜାଣିବାକୁ ସକ୍ଷମ ହେବା ସହ ଏହି ନିଯୁକ୍ତି  ପାଇବାରେ ସେମାନେ କେତେ ଖୁସି ଅଛନ୍ତି ଏବଂ ଏହା ସେମାନଙ୍କ ଜୀବନରେ କିପରେ ସଫଳତା ଆଣିବାରେ ସାହାଯ୍ୟ କରିବ,ସେ ସମ୍ପର୍କରେ ମତ ବିନିମୟ କରିଥିଲେ ।

          ଏହି ପଦକ୍ଷେପ ଏହାର କାର୍ଯ୍ୟରେ ଅନ୍ତର୍ଭୁକ୍ତିକରଣକୁ ସମନ୍ୱିତ କରି ସମାଜପାଇଁ ଅର୍ଥପୂର୍ଣ୍ଣ ଅବଦାନ ଦେବା ପାଇଁ କମ୍ପାନୀର ଦୃଷ୍ଟିକୋଣ ସହିତ ସମନ୍ୱିତ । ଏହି ପରାମର୍ଶ କାର୍ଯ୍ୟକ୍ରମ  କେବଳ ଆତିଥେୟତା ଶିଳ୍ପରେ ଉତ୍କର୍ଷ ହାସଲ କରିବା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଆତ୍ମବିଶ୍ୱାସ ସହିତ ନୂତନ ନିଯୁକ୍ତିପ୍ରଦାନ କରିବ ନାହିଁ ବରଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ଭାବରେମଧ୍ୟ କାର୍ଯ୍ୟ କରିବ ।

-0-

ପଠାଣି ରାଉତ, ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *