ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ନିଶ୍ଚିନ୍ତକୋଇଲି,୧୬/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- ନେମାଳ ଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡଗ୍ରାମରେ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ମହୋତ୍ସବ ରେ ମହାପ୍ରଭୁ ଜଗନ୍ନାଥଙ୍କର ୨୪ବେଶ ଓ ୫୬ଭୋଗ ଲାଗି କରାଯିବ । ଏହା ଏକ ନିଆରା କର୍ୟ୍ୟକ୍ରମ ହୋଇଥିବାରୁ ବହୁ ସାଧୁ ସନ୍ଥ ଯୋଗଦାନ କରିବେ । ଏଥିରେ ଧାରାବାହିକ ପ୍ରବଚକ ଭାବରେ ବିଶିଷ୍ଟ ପ୍ରବଚକ ସତ୍ୟାନନ୍ଦ ଦାସ ମହାରାଜ ଯୋଗ ଦେଉଥିବା ବେଳେ ଉଦଘାଟକ ଭାବରେ ସ୍ଥାନୀୟ ବିଧାୟକ ଙ୍କ ସମେତ ବିଶିଷ୍ଟ ସାଧୁସନ୍ଥ  ମାନେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।  କାର୍ୟ୍ୟକ୍ରମ ୨୨ ତାରିଖ ରୁ ୨୬ ତାରିଖ ପର୍ୟ୍ୟନ୍ତ ପାଞ୍ଚଦିନ ଚାଲିବ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି  ।

Leave a Reply

Your email address will not be published. Required fields are marked *