ଭିଟାମାଟି କୁ ଫେରିଲା ଦିବଂଗତ ପଞ୍ଚୁ ଙ୍କ ମର ଶରୀର

ରାଷ୍ଟ୍ରୟ ମର୍ୟ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ – ଅମ୍ବା୍ଝର ନୂଆପଲ୍ଲୀ ରେ ଶୋକର ଛାୟା
ଖଲ୍ଲିକୋଟ, ୨୫/୧୧/୨୦୨୫ (ଓଡ଼ିଶା ସମାଚାର/ ମାଧବ ବେହେରା)- ଗତ ଦୁଇ ଦିନ ତଳେ ଗୁଜରାଟ ର ସୁରତ ସହର ରେ ଏକ ରାସ୍ତା ଦୁର୍ଘଟଣା ରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା ପଂଚାୟତ ର ଅମ୍ବା୍ଝର ନୂଆପଲ୍ଲୀ ଗ୍ରାମର ପଞ୍ଚୁ ପ୍ରଧାନ ୩୯ ନାମକ ଜଣେ ଦାଦନ ଶ୍ରମିକ ର ମୃତୁ୍ୟୁ ଘଟିଥିଲା । ଦୁର୍ଘଟଣା ରେ ପଞ୍ଚୁ ର ବ୍ରେନ ଡ଼େଡ଼ ହୋଇଥିବା କଥା ପରିବାର ଲୋକ ଖବର ପାଇବା ପରେ ପଞ୍ଚୁ ଶରୀର ର ସମସ୍ତ ଅଙ୍ଗ ଦାନ କରିବା ପାଇଁ ଡାକ୍ତର ଙ୍କୁ ଜଣାଇବା ପରେ ଶରୀର ର ନିଭିନ୍ନ ଅଙ୍ଗ ରୋପଣ କରି ତିନି ଜଣ ଲୋକଙ୍କ ଜୀବନ ରକ୍ଷା ହୋଇଥିଲା ।

ଫଳରେ ଦିବଂଗତ ପଞ୍ଚୁ ଆମର ହେବା ସହ ପରିବାର ସଦସ୍ୟ ମାନଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଥିଲା । ମଙ୍ଗଳ ବାର ଦିନ ସକାଳୁ ପଞ୍ଚୁ ର ମର ଶରୀର ନିଜ ଭିଟାମାଟି ଆମ୍ବାଝର ନୂଆପଲ୍ଲୀ ଗ୍ରାମରେ ପହଂଚିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ଉପୁଜିଥିବା ବେଳେ ଗ୍ରାମର ସ୍ମଶାନ ନିକଟରେ ପଞ୍ଚୁ ର ଶବ କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତୋପ ସାଲାମୀ ଜରିଆରେ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।

ଉକ୍ତ କାର୍ୟ୍ୟକ୍ରମ ରେ ଆସିକା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶନୀ ପଟ୍ଟନାୟଜ ଗଞ୍ଜାମ ଜିଲ୍ଲପାଳ ଭି କୀର୍ତିଭାସନ ଖଲ୍ଲିକୋଟ ତହସିଲଦାର ଡ଼ି ମାଳେଶ୍ୱର ପାତ୍ର ଖଲ୍ଲିକୋଟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ବ୍ଲକ ଅଧ୍ୟକ୍ଷ ଙ୍କ ପ୍ରତିନିଧି ଅରୁଣ କୁମାର ଖୁଣ୍ଟିଆ, ତାଳପଡା ସରପଞ୍ଚ ମନୋଜ କୁମାର ସେଠୀ ପୂର୍ବତନ ସରପଞ୍ଚ ବ୍ରଜ କିଶୋର ସ୍ୱାଇଁ ଙ୍କ ସମେତ ଗ୍ରାମର ଏକ ହଜାର ଲୋକ ଉକ୍ତ୍ ଶବ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ । ମୃତ ପଞ୍ଚୁ ର ବିଧବା ମା ଓ ବିଧବା ପତ୍ନୀ ଓ ଏକ ୧୨ ବର୍ଷ ର ଝିଅ ଓ ଚାରି ମାସ ର ପୁଅ ଅଛନ୍ତି ।

ପରିବାର ର ଭରଣ ପୋଷଣ ସମ୍ପର୍କରେ ଗଞ୍ଜାମ ଜିଲ୍ଲପାଳ ଙ୍କ ଦୃଷ୍ଟି ଆକର୍ଷଣ ପରେ ଜିଲ୍ଲପାଳ ଶ୍ରୀ କୀର୍ତିଭାସନ ମୃତ ପଞ୍ଚୁ ର ପରିବାର କୁ ଏକ ଆବାସ ଓ ବିଧବା ପତ୍ନୀ କୁ ଭତ୍ତା କରାଯିବା ପାଇଁ ଖଲ୍ଲିକୋଟ ବି ଡ଼ି ଓ ଙ୍କୁ ନିର୍ଦେଶ ଦେଇଛନ୍ତି । ଏଥି ସହିତ ଜିଲ୍ଲା ରେଡ କ୍ରସ ପାଣ୍ଠି ରୁ ଆପତ କାଳୀନ ସାହାଯ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *