କଟକ ସଦର, ୧୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଟ ତୋଟା ଠାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଚାରି ଦିନିଆ ରଜ ମହୋତ୍ସବ ର ତୃତୀୟ ଦିବସ ଶନିବାର ରଜ ସଂକ୍ରାନ୍ତି ସଂଧ୍ୟାରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର,
ବିଶିଷ୍ଟ ସିନେ ତାରକା ଶ୍ରୀତମ ଦାସ ପ୍ରମୁଖ ଯୋଗ ଦେଇ ଓଡ଼ିଆ ସଂସ୍କୃତି ଓ ଭାଇଚାରାର ମହାନ ରଜପର୍ବ ଉପରେ ଆଲୋକପାତ କରିଥିଲେ । ଏଥିରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ଯାଦୁକରୀ ଗୀତରେ ହଜାର ହଜାର ଦର୍ଶକ ଝୁମି ଉଠିଥିଲେ।
ଆଜି ରବିବାର ଶେଷ ରଜରେ ରଜ ମହୋତ୍ସବର ଶେଷ ତଥା ଉଦଯାପନ ସଂଧ୍ୟା ହେବ ବୋଲି ଜଣାପଡିଛି ।
କିଶନନଗର ରଜ ମହୋତ୍ସବର ତୃତୀୟ ସନ୍ଧ୍ୟା,ମନ ମୋହିଲେ କଣ୍ଠଶିଳ୍ପୀ ଇରା ମହାନ୍ତି,ଝୁମିଲେ ଦର୍ଶକ
