ବିସ୍ପୋରକ ଗୋଦାମ ର  ଷ୍ଟକ୍ ଓ ସୁରକ୍ଷା ବ୍ୟବସ୍ଥା ନେଇ  ବଡ଼ବିଲ ପୋଲିସ ର ଯାଞ୍ଚ

ବଡ଼ବିଲ,୦୩/୦୬/୨୦୨୫ (ଓଡ଼ିଶା ସମାଚାର)- ବଡବିଲ, ରୁଗୁଡ଼ି ଓ ବଲାଣି ଥାନା ଅଞ୍ଚଳରେ ଥିବା ୬ଟି ବିସ୍ଫୋରକ ଗୋଦାମରେ ଷ୍ଟକ୍ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଛି ।

ପଞ୍ଚିମାଞ୍ଚଳ ଡିଆଇଜିଙ୍କ ନିର୍ଦେଶ କ୍ରମେ ଆଜି ତିନୋଟି ପୋଲିସ ଜିଲ୍ଲାରେ ଥିବା ସମସ୍ତ ବିସ୍ପୋରକ ଗୋଦାମ ଗୁଡିକରେ ଯାଞ୍ଚ ଆରମ୍ଭ ହୋଇଛି ।  ରାଉରକେଲା, ସୁନ୍ଦରଗଡ଼, କେଉଁଝର ପୋଲିସ୍ ଜିଲ୍ଲାରେ ଥିବା ସମସ୍ତ ଗୋଦାମକୁ ପୋଲିସ୍ ଟିମ୍ ଯାଇ ଯାଞ୍ଚ କରିଛି ।

ଏହି ପରିପ୍ରେକ୍ଷୀରେ ବଡବିଲ ପୋଲିସ୍ ସବଡିଭିଜନର ବଡ଼ବିଲ, ରୁଗୁଡ଼ି ଓ ବଲାଣି ଥାନା ଅଞ୍ଚଳରେ ଥିବା ୬ଟି ବିସ୍ଫୋରକ ଗୋଦାମରେ ପୋଲିସ ଟିମ୍ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଇଛି ।

ପ୍ରାୟତଃ ଜଙ୍ଗଲ ଭିତରେ ରହିଥବା ଏସବୁ ଗୋଦାମ ଗୁଡିକରେ ସମସ୍ତ ନୀତି ନିୟମ ଓ ସୁରକ୍ଷା ବ୍ୟବସ୍ଥା କିପରି ରହିଛି,  ଷ୍ଟକ୍ ରେକର୍ଡ  ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *