ମାହାଙ୍ଗା ରେ ଵି ଜେ ଡି ର ବିଶାଳ ପ୍ରତିବାଦ ସଭା

ମାହାଙ୍ଗା,୦୬/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ରେ ଅନୁଷ୍ଠିତ ବିଜୁ ଜନତା ଦଳର ପ୍ରତିବାଦ ସଭାରେ ଗର୍ଜିଛନ୍ତି ଗଣେଶ୍ୱର, ପ୍ରଫୁଲ୍ଲ ଓ ପ୍ରତାପ । ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ଆଗାମୀ ବିଧାନସଭା ଅଧିବେଶନ ରେ ଉତ୍ଥାପନ କରାଯିବ , ଏ ନେଇ ଏକଜୁଟ ହୋଇଥିଲେ ମାହାଙ୍ଗା ର ପଞ୍ଚାୟତ ସ୍ତରୀୟ ନେତା ଓ ହଜାର ହଜାର ବିଜୁ ବାବୁ ଙ୍କ ସମର୍ଥକ ।

ଏହା ସହିତ ଯେ ପର୍ୟ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ କୁ ପଂଚାୟତିରାଜ ଦିବସ ଭାବେ ପାଳନ କରା ନ ଯାଇଛି, ସେ ପର୍ୟ୍ୟନ୍ତ ରାଜ୍ୟ ବ୍ୟାପୀ ବିଜେଡି ର ଆନ୍ଦୋଳନ ଜାରି ରହିବ ବୋଲି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଦୃଢତାର ସହ କହିଥିଲେ। କଟକ ଜିଲ୍ଲା ମାହାଙ୍ଗା ବ୍ଳକ୍ ଉମର ଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଏହି ଗାଁର ତିନି ଜଣ ଗିରଫ ହେବା ପରେ ଉଭୟ ପ୍ରତାପ ଜେନା ଓ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ସହ ଅଭିଯୁକ୍ତମାନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଉଭୟ ବିଜେଡି ଓ ଶରଦାଙ୍କ ସମର୍ଥକ ପରସ୍ପର ଉପରକୁ ଦୋଷ ଦେଇ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି।

ଆଜି ସନ୍ଧ୍ୟାରେ ମାହାଙ୍ଗା ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ପ୍ରତାପ ଜେନା ଙ୍କ ନେତୃତ୍ୱରେ ଉମର ଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏଥିରେ ପ୍ରତାପଙ୍କ ସହ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପ୍ରାକ୍ତନ ମନ୍ତ୍ରୀ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଗଦେଇ ମାହାଙ୍ଗା ବିଧାୟକ ଶାରଦା ଓ ତାଙ୍କ ସମର୍ଥକ ମାନଙ୍କୁ ଏଥିପାଇଁ ଦାୟୀ କରି ଭର୍ତ୍ସନା କରିଛନ୍ତି। ଖାଲି ୩ ଜଣଙ୍କୁ ଗିରଫ କଲେ ହେବନାହିଁ, ଏହା ପଛରେ ଯାହାଙ୍କ ହାତ ଅଛି ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସେମାନେ ଦାବି ରଖିଛନ୍ତି। ଏହାଛଡା ଏହି ପ୍ରସଙ୍ଗକୁ ଆଗାମୀ ଅଧିବେଶନରେ ଜୋରଦାର ଉଠାଯିବ ବୋଲି ଗଣେଶ୍ୱର ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *