କଟକ ସଦର, ୧୩/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ଆଠଗଡ ଉପଖଣ୍ଡରେ ଥିବା ପ୍ରସିଦ୍ଧ ଶୈବ ମନ୍ଦିରରେ ଆଜି ବୁଧବାର ପଞ୍ଚୁକର ତୃତୀୟ ଦିବସରେ ବଡ଼ ସିଂହାର ବେଶରେ ଶ୍ରଧାଳୁଙ୍କୁ ଦର୍ଶନ ଦେଲେ ଵାଵା ଧବଳେଶ୍ଵର। ଭୋର ତିନିଟା ରୁ ଦ୍ୱାର ଫିଟା ପରେ ସମସ୍ତ ନୀତି କାନ୍ତି ସହ ବାବାଙ୍କୁ ବଡ଼ ସିଂହାର ବେଶରେ ସଜ୍ଜିତ କରାଯାଇ ଭକ୍ତମାନଙ୍କୁ ଵ୍ୟଵସ୍ଥା ଅନୁଯାୟୀ ଶୃଙ୍ଖଳିତଦର୍ଶନ ପାଇଁ ଛଡ଼ା ଯାଇଥିଲା। ସେହିପରି ଆସନ୍ତା କାଲି ପବିତ୍ର ବଡ଼ଓଷା ପର୍ବ ପାଳନ ହେବାକୁ ଥିବା ବେଳେ ପୀଠ ଚଳଚଞ୍ଚଳ ହେବା ସହିତ ଦିନ ଓ ସାରା ରାତି ରେ ନାହିଁ ନଥିବା ଭିଡ ହେବାର ସମ୍ଭାବନା ରହିଛି। ରାତିରେ ବାବାଙ୍କ ପ୍ରିୟ ଗଜ ଭୋଗ ଓ ଚରଣ ଲାଗି କରି କାର୍ତ୍ତିକ ବ୍ରତ ଓ ବଡ଼ ଓଷା କରିଥିବା ଶ୍ରଦ୍ଧାଳୁମାନେ ବ୍ରତ ଉଦଯାପନ କରିବେ ବୋଲି ଜଣାଯାଇଛି। ରାତିରେ ଲକ୍ଷାଧିକ ଲୋକଙ୍କ ସମାଗମ କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣାପଡିଛି।