ଓୟୁଜେ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଟକ,୨୪/୧୧/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା) – କଟକ ମହାନଦୀ ବିହାର ରିଦ୍ଧିସିଦ୍ଧି ମଣ୍ଡପରେ ଓଡ଼ିଶା ସାମ୍ବାଦିକ ସଂଘ (ଓୟୁଜେ) ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ କଟକ ଜିଲ୍ଲା ସାମ୍ବାଦିକ ସଂଘର ୨୩ ତମ ଦ୍ବିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୟୁନିଅନର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ଥିଲେ ।

ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥାଏ । ଅନ୍ୟ ସମ୍ମାନିତ ବ୍ୟକ୍ତି ମାନଙ୍କ ମଧ୍ୟରେ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ୍ ର ସଞ୍ଜୟ କୁମାର ଜେନା, ଟେଟ୍ରାହେଡେନ ଅନୁଷ୍ଠାନର ଶିକ୍ଷାବିତ ପ୍ରଫେସର ତ୍ରୀଦେବ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା ।

କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ମହାନ୍ତି ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ଅଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରିଣୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ, ଉପ ସଭାପତି ରାଜୀବ କୁମାର ମହାନ୍ତି, ରାଜ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ପରିକ୍ଷିତ ବିଶ୍ଵାଳ, ପ୍ରସନ୍ନ ପାଇକରାୟ, ଅଭୟ ପତି ପ୍ରମୁଖ ଯୋଗଦେଇ ଥିଲେ ।ରାଜ୍ୟ ସଂଯୋଜକ ମାନବାଧିକାର କର୍ମୀ କଳ୍ପତରୁ ଖୁଣ୍ଟିଆ ଙ୍କୁ ସମ୍ମାନିତକାରାଯାଇ ଥିଲା । କାର୍ଯ୍ୟକ୍ରମ ରେ ୩୦ଟି ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ  ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *