ଜିଲ୍ଲା ସ୍ତରୀୟ ମଡେଲ ପର୍ଲିଆମେଣ୍ଟ ଅନୁଷ୍ଠିତ

ଜଗତସିଂହପୁର, ୦୧/୧୧/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗ ଆନୂକୂଲ୍ୟରେ ଜିଲ୍ଲାର ୧୦ ଗୋଟି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ମଡେଲ ପାଲ୍ୟାମେଣ୍ଟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ମନୋଜ କୁମାର ମିଶ୍ର, ଲକ୍ଷ୍ମୀଧର ପ୍ରଧାନ ଓ ଶିକ୍ଷକ ତ୍ରିଲୋଚନ ସାହୁ ବିଚାରକ ଭାବରେ ଯୋଗଦେଇ ୨ ଜଣ ଛାତ୍ରୀଙ୍କୁ ଶ୍ରେଷ୍ଠ ବକ୍ତା ଭାବରେ ମନୋନୀତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦଘାଟନ କରିଥିବା ବେଳେ ସମସ୍ତ ୧୦ ଗୋଟି ପିଏମଶ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାର୍ଗ ଦର୍ଶନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ଓ ଅଭିଭାବକ ବୃନ୍ଦ ଯୋଗ ଦେଇଥିଲେ। ଡିଜିଟାଲ ଲର୍ଣ୍ଣ ଉପରେ ଶାସକ   କୁ ସମଗ୍ର ମଶିକ୍ଷା ସଂଯୋଜକ ଚନ୍ଦ୍ରଜିତ ପରିଜା ପରିଚାଳନା କରିଥିଲେ ଓ ମଧୁସ୍ମିତା ପାଟି, ବି. ଇ. ଓ., ଜଗତସିଂହପୁର ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *