ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର, ୧୯/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ମାନଙ୍କର ମତାମତ ନେଇ ବଜେଟ୍‌ ର ପୂର୍ବ ପ୍ରସ୍ତୁତି କରିଆସୁଅଛି  । ମୁଁ ସୂଚାଇ ଦେବାକୁ ଚାହେଁ ଯେ, ବର୍ତ୍ତମାନର ସରକାର ଲୋକଙ୍କ ସରକାର । ତେଣୁ ବଜେଟ ପ୍ରସ୍ତୁତିରେ ସାଧରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ ଅଟେ । ତେଣୁ, ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ  କରାଯିବାର ଅବଶ୍ୟକତା ରହିଛି ।

ଏଥିପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଜରିଆରେ, e-mail, WhatsApp ଓ SMS ମାଧ୍ୟମରେ ମତାମତ ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି  ।

ବର୍ତ୍ତମାନ, 2024-25 ବର୍ଷର ପୂର୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରିଛନ୍ତି, ଯାହାକି ୱେବ୍-ପୋର୍ଟାଲ https://budget.odisha.gov.in/ ରେ ଉପଲବ୍ଧ ।

ଏହି ପରାମର୍ଶ ଗୁଡିକ e-mail ଦ୍ୱାରା odisha.budget@gov.in ଠିକଣାରେ ପଠାଇ ପାରିବେ ।

ସେହିପରି, ବଜେଟ୍ ସମ୍ୱନ୍ଧୀୟ ମତାମତ WhatsApp ମାଧ୍ୟମରେ (+91)9438161111 ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ  X (@FdOdisha), Facebook (@FinanceOdisha) ଓ Instagram (@fdodisha) ଦ୍ୱାରା ମଧ୍ୟ ପଠାଇ ପାରିବେ ।

ଏହି ସୁବିଧା 20  ଜୁନ 2024 ତାରିଖଠାରୁ 5 ଜୁଲାଇ 2024 ପର୍ଯ୍ୟନ୍ତ ଉପଲବ୍ଧ ରହିବ ।

ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ (civil society organisations) ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କୁ ଅନୁରୋଧ କରାଯାଉଅଛି ଯେ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *