ରାଆଁଳ ଠାରେ ଏକ ସପ୍ତାହ ଧରି ଶ୍ରୀମଦ୍ ଭାଗବତ ମହାପୁରାଣ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଡ଼ିସେମ୍ବର ୬ ରୁ

ଗରଦପୁର,୨୩/୧୧/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ରାଆଁଳ ଗ୍ରାମର ଗ୍ରାମଦେବତୀ ଙ୍କ ପାଖ ହର ବଗିଚା ଠାରେ ଆନ୍ତା ଡ଼ିସେମ୍ବର ୬ ତାରିଖ ଠାରୁ ଏକ ସପ୍ତାହ ଧରି ଶ୍ରୀମଦ୍ ଭାଗବତ ମହାପୁରାଣ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହେବ । ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ରାମାୟଣୀ ପଣ୍ଡିତ ଅଭୟ ଚରଣ ଦାଶ (ବୁଲୁ ନନା) ମଂଚ ସଂଯୋଜନା କରିବେ ।

ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ଧାରାବାହିକ ପ୍ରବକ୍ତା ରୂପେ ଜଗତସିଂହପୁର ଜିଲା ନାଉଗାଁ ତିହୁଡ଼ା ଗୁରୁକୃପା ଆଶ୍ରମର ସଦଗୁରୁ ବାବା ଶ୍ରୀ ବୈକୁଣ୍ଠ ନାଥ ଙ୍କର ପଟଶିଷ୍ୟ ବ୍ରହ୍ମଚାରୀ ତଥା ରାଷ୍ଟ୍ରୀୟ ଶ୍ରୀ ଜଗନ୍ନାଥ ମହିମା , ଜୀବନ ରହସ୍ୟ ଓ ଭାଗବତ ପ୍ରଚାରକ ବାବା ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ଜୀ ଦୈନିକ ସନ୍ଧ୍ୟାରେ ଯୋଗଦାନ କରି ଶ୍ରୀମଦ୍ ଭାଗବତ ଭଗବାନଙ୍କର ଗୁଣ କୀର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବହୁ ବିଶିଷ୍ଟ ସାଧୁସନ୍ଥ ଓ ମହାପ୍ରଭୁଙ୍କ ସେବକ ବୃନ୍ଦ , ବିଶିଷ୍ଟ ଜ୍ଞାନୀ ଗୁଣି ବିଦ୍ୱାନ ପଣ୍ଡିତମାନେ ଯୋଗଦାନ କରିବାର ଆୟୋଜନ କରାଯାଇଛି । ଏକ ସପ୍ତାହ ଧରି ହେବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ବିଭୁକୃପା ଲାଭ କରିବାକୁ ମୁଖ୍ୟ ଆୟୋଜକ ଅଭୟ କୁମାର ରାଉତ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *