ଭୁବନେଶ୍ୱର,୨୨/୧୧/୨୦୨୫ (ଓଡ଼ିଶା ସମାଚାର)- ଜଟଣୀର ନୃତ୍ୟଶ୍ରୀ ଅନୁଷ୍ଠାନର ଜାତୀୟସ୍ତରୀୟ ସରସ ଉତ୍ସବ-୨୦୨୫ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଉତ୍କଳ ରଙ୍ଗମରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟସ୍ତରୀୟ ଏହି ନୃତ୍ୟ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ୧୨୫ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପ୍ରଭୃତି ନୃତ୍ୟ ପରିବେଷଣ କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ଗୁରୁ କେଶବ ଚନ୍ଦ୍ର ରାଉତ, ଡ. ନିରଞ୍ଜନ ମହାନ୍ତି, ସଚ୍ଚିଦାନନ୍ଦ ଦାସ, ମାହାରୀ ନୃତ୍ୟଶିଳ୍ପୀ ଗୁରୁ ଗାୟତ୍ରୀ ଖୁଂଟିଆ ଏବଂ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ସାହୁ, ସଭାପତି ତି୍ରଲୋଚନ ମହାପାତ୍ର, ସମ୍ପାଦିକା ଗୁରୁ ଚିନ୍ମୟୀ ମହାନ୍ତି, ମନୋଜ ବେହେରା ପ୍ରମୁଖ ଉପସ୍ଥିତିରେ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନୃତ୍ୟଶିଳ୍ପୀ ମିନାକ୍ଷୀ ବେହେରା, ଚପଳା ମିଶ୍ର, ନୃତ୍ୟଶ୍ରୀର ଉପଦେଷ୍ଟା, ସଭାପତି, ସମ୍ପାଦିକା ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ସୁକାନ୍ତ କୁଣ୍ଡୁ, କ୍ୟାପଟେନ ମନ୍ମଥ ରାଉତରାୟ, ଭରତ ଭୂଷଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରେ ନୃତ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱର୍ଣ୍ଣପ୍ରଭା ନାୟକ, ପ୍ରେମାନନ୍ଦ ମିଶ୍ରଙ୍କୁ ଅତିଥିମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଉଦ୍ୟାପନୀ ସମାରୋହରେ ଅତିଥି ଭାବେ ଯୁବନେତା ଅନିଲ୍ ବିଶ୍ୱାଳ, ଅଶୋକ ମିଶ୍ର, ଡଃ ସଙ୍ଗୀତା ଗୋସ୍ୱାମୀ, ପୁଷ୍ପିତା ମିଶ୍ର ଏବଂ ଅନୁଷ୍ଠାନର ଉପଦେଷ୍ଟା, ସଭାପତି ଓ ସମ୍ପାଦିକା ରହି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନୁଷ୍ଠାନର ଉତରୋତର ଉନ୍ନତି କାମନା କରିଥିଲେ । ଏହି ଉତ୍ସବରେ ଗୁରୁ ସ୍ୱର୍ଗତ ନୀଳମ୍ବର ପ୍ରଧାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଡଃ ସଙ୍ଗୀତା ଗୋସ୍ୱାମୀଙ୍କୁ ସାରସ୍ୱତ ସମ୍ମାନ-୨୦୨୫ ସମ୍ବର୍ଦ୍ଧିତ କରାଯିବା ସହ ନୃତ୍ୟଶିଳ୍ପୀ ପୁଷ୍ପିତା ମିଶ୍ରଙ୍କ ସମେତ ୧୨୫ଜଣ ନୃତ୍ୟଶିଳ୍ପୀଙ୍କୁ ପର୍ଯ୍ୟାୟକ୍ରମେ ମୋମେଂଟୋ ଦେଇ ସମ୍ମାନିତ କରାଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଶମ୍ଭୁଦ ସ୍ୱାଇଁ ସୁଚାରୁ ରୂପେ ସଂଯୋଜନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ସାହୁ, ସଭାପତି ତ୍ରିଲୋଚନା ମହାପାତ୍ର, ସାମ୍ବାଦିକା ଗୁରୁ ଚିନ୍ମୟୀ ମହାନ୍ତି, ସହ ସମ୍ପାଦିକା ସୁଚିସ୍ମିତା ରାଉତରାୟ, ସୁକାନ୍ତି ବାରିକ, ସ୍ୱର୍ଣ୍ଣପ୍ରଭା ପାତ୍ର, ପ୍ରଦୁ୍ୟମ୍ନ କିଶୋର ରାୟ, ସୋମନାଥ ପଟ୍ଟନାୟକ, ଅଜିତ ମହାନ୍ତି, ଶୋଭଜିତ ସ୍ୱାଇଁ, ରଞ୍ଜିତା ସାହୁ, ଆରତୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମକ ପରିଚାଳନାରେ ସହଯୋଗ କରିଥିଲେ । ମାନିନି, ବିଭୂତି, ପାୟଲ, ତାନ୍ୟା, ବର୍ଷା, ବିଭୂତି, ପାରମିତା, ଶ୍ରେୟା, ଦିଶା, ସୌମ୍ୟା, ସ୍ୱପ୍ନା ପ୍ରମୁଖଙ୍କ ସହଯୋଗରେ ନୃତ୍ୟ ଉତ୍ସବଟି ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିଲା ।
