ପୁରୀ ରଥଯାତ୍ରା ଦଳାଚକଟାରେ ପ୍ରାଣ ହରାଇଥିବା ଅନିଲ ଦାଶଙ୍କ ପରିବାରକୁ ଭେଟିଲେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା

କଟକ ସଦର , ୧୮/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର, କିଶନନଗର ଥାନା ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସିର୍ଲୋ ରାଧାନଗର ଗ୍ରାମର ଜନୈକ ଯୁବକ ଅନିଲ୍ ଦାଶ ପୁରୀ ରଥଯାତ୍ରା ଦଳାଚକଟାରେ ପ୍ରାଣ ହରାଇ ଛନ୍ତି।

ଆଜି ଶନିବାର ଦିନ କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି। ଚନ୍ଦ୍ର ସାରଥି ମୃତକଙ୍କ ପରିବାରକୁ ଭେଟିବା ସମୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ମୃତକଙ୍କ ପରିବାରକୁ ସରକାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଚନ୍ଦ୍ର ସାରଥି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *