ପୂର୍ବତନ ପୋଲିସ ଆଇଜି,ସୁ ସାହିତ୍ୟିକ, ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ,ସଵୁ ମହଲରେ ଶୋକର ଛାୟା

କଟକ ସଦର,୨୦/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ରାଜ୍ୟର ଜଣେ ଜଣାଶୁଣା ସୁ ସାହିତ୍ୟିକ, ପୂର୍ବତନ ପୋଲିସ ଆଇଜି (ଆଇପିଏସ୍), ତଥା ପୂର୍ବତନ ସାଂସଦ ଅନାଦି ଚରଣ ସାହୁଙ୍କର ଆଜି ଶନିବାର ସାମ୍ଵଦଶମୀ ସକାଳେ କଟକର ସିଡିଏ-୬ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅନାଦି ଅନେକ ସୃଷ୍ଟି ସମ୍ଭାର ଛାଡି ଯାଇଥିବା ଵେଳେ ପୋଲିସ୍ ପ୍ରଶ।ସନିକ ଚାକିରି ସମୟରେ ତାଙ୍କର ଉଲ୍ଲେଖଯୋଗ୍ୟ ସେବା ସ୍ମରଣୀୟ ହୋଇ ରହିବ। ସେଥିରେ ଜନସେବା ପାଇଁ ୧୯୯୯ ସାଧାରଣ ନିର୍ବାଚନରେ ପ୍ରଥମେ ସିଏ ବ୍ରହ୍ମପୁରରୁ ଵିଜେପି ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭାକୁ ପ୍ରତିନିଧିତ୍ବ ପାଇଁ ଯାଇଥିଲେ। ତାଙ୍କର ପରଲୋକରେ ସଵୁ ମହଲରେ ଶୋକର ଛାୟା ଖେଳିଯାଇଥିବା ଵେଳେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ବିଶେଷ ବ୍ୟକ୍ତିବିଶେଷଙ୍କର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *