ରାମଚନ୍ଦ୍ର ବିଦ୍ୟାନିକେତନ ରେ ଭାଷା, ସାହିତ୍ୟ, ସୃଜନଶୀଳତା ର ଉତ୍ସବ ଉଦଯାପିତ

ଟାଙ୍ଗି(ଖୋର୍ଦ୍ଧା)୧୯/୦୧/୨୦୨୪(ଓଡ଼ିଶା ସମାଚାର)-ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭା ଓ ସୃଜନଶୀଳତା କୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାର ଦ୍ୱାରା ଆୟୋଜିତ ସାହିତ୍ୟ ସୃଜନୀ, କୌଶଳୀ, ଜିଜ୍ଞାସା ଓ କ୍ରୀଡାଙ୍ଗନ କ୍ଳବ ଅଦ୍ୟ ରାମଚନ୍ଦ୍ର ବିଦ୍ୟାନିକେତନ ରମାବିଲି ବିଦ୍ୟାଳୟ ରେ କ୍ଳବ ଗଠନ, ପ୍ରତିଭା ପ୍ରଦର୍ଶନ ଏବଂ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣ ଗୁଡିକୁ ବିକଶିତ କରିବାର ଏହା ବଳିଷ୍ଠ ମାଧ୍ୟମ । ୯ମ ଏବଂ ୧୦ମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ କ୍ଳବ ଅଧୀନରେ ମୋ କଥା ଓ ମୋ କହାଣି ଦ୍ୱାରା ପୁସ୍ତକ ସମୀକ୍ଷା, ପୁସ୍ତକ ରଚନା, କବିତା ରଚନା, ଆବୃତ୍ତି, ଉପସ୍ଥାପନା, ବିଜ୍ଞାନ ମଡେଲ ପ୍ରଦର୍ଶନୀ, ପ୍ରକଳ୍ପ ପ୍ରଦର୍ଶନୀ, ଜୀବନ କୌଶଳ ଶିକ୍ଷା, ଗଣିତ କାର୍ଯ୍ୟକ୍ରମ ଇତ୍ୟାଦି ସଫଳତାର ସହିତ ସମସ୍ତ ଅତିଥି, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । କାର୍ଯ୍ୟକ୍ରମ ଉଦଘାଟନ ଏବଂ ପୁରସ୍କାର ବିତରଣ ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଳରାମ ପାଇକରାୟ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଟାଙ୍ଗି ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟାଙ୍ଗି ଶ୍ରୀମତୀ ସୁଧାଂଶୁ ମଞ୍ଜରୀ ଦେବି, ସମ୍ମାନିତ ଅତିଥି ଛଣଗିରି କ୍ଳଷ୍ଟର ସିଆରସିସି ପ୍ରଶାନ୍ତ ମହାପାତ୍ର, ମୁଖ୍ୟ ଵକ୍ତା ଛଣଗିରି ସରପଞ୍ଚ ଶ୍ରୀମତୀ ପୁର୍ଣିମା ମହାପାତ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଟୁଲୁ ମାଝୀ, ସମାଜସେବୀ କରୁଣାକର ସେଠି, ବିଦ୍ୟାଳୟ ସଭାପତି ସୁରେଶ୍ୱର ମହାପାତ୍ର, ଓଷ୍ଟା ରାଜ୍ୟ ସଂପାଦକ ରମାକାନ୍ତ ମହାପାତ୍ର ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ମାନଙ୍କ ର ସୃଜନଶିଳତାର ବିକାଶ ସାଧନ ସହିତ ଭବିଷ୍ୟତ ରେ ଭାଷା ସାହିତ୍ୟ ପ୍ରତି ଆଗ୍ରହ ବଢିବ ଏବଂ ଭାଷା ସାହିତ୍ୟ ର ସୁରକ୍ଷା ହୋଇପାରିବ ବୋଲି ଅତିଥି ମାନେ ମତ ଦେଇଥିଲେ । ପ୍ରାରମ୍ଭ ରେ ସହକାରୀ ଶିକ୍ଷକ ଗୋଦାବରୀଶ ସାମନ୍ତସିଂହାର ଅତିଥି ପରିଚୟ ପ୍ରଦାନ କରିଥିଲେ । ସିଆରସିସି ପ୍ରଶାନ୍ତ ମହାପାତ୍ର ମଞ୍ଚ ସଂଚଳନ କରିଥିଲେ । ପୁରସ୍କାର ବିତରଣ ପରେ କୁନିକୁନି ପିଲାମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଶିକ୍ଷକ ନରେନ୍ଦ୍ର ପାଇକରାୟ ଧନ୍ୟବାଦ ଦେଇଥିଲେ । ରାମଚନ୍ଦ୍ର ବିଦ୍ୟାନିକେତନ ଏବଂ ଉପ୍ରା ବିଦ୍ୟାଳୟ ରମାବିଲି ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସଭ୍ୟସଭ୍ୟା ଉପସ୍ଥିତ ଏବଂ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *