କଳପଡା ଠାରେ ଚା ପେ ଚର୍ଚ୍ଚା ରେ ସମାଜସେବୀ ମନୋଜ ନାୟକ

କଟକ ସଦର,୨୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଆଜି ରବିବାର ସଂଧ୍ୟାରେ କଟକ ସଦର ଅନ୍ତର୍ଗତ କଳପଡା ଵଜାର ଠାରେ ଚା ପେ ଚର୍ଚ୍ଚାରେ ଯୋଗ ଦେଇ ଆଗାମୀ ଦିନରେ ସମାଜର ମଙ୍ଗଳ ପାଇଁ  ସଂଗଠନ କୁ କିଭଳି ସୁଦୂର ପ୍ରସାରୀ କରାଯାଇ ଲୋକମାନଙ୍କ ସମସ୍ୟା କୁ ସମାଧାନ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୟୁନିୟନର ବରିଷ୍ଠ ଉପଦେଷ୍ଟା ବିଜୟ କୁମାର ନାୟକ ଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ସେହିପରି ପ୍ରଫେସର ନାୟକ ଆଜି ସଦର ଅନ୍ତର୍ଗତ ସିଏମସି ୫୧ ନମ୍ବର ୱ।ର୍ଡ ନୂଆପଡ଼ା ବାଲିସାହି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ନିଃଶୁକ୍ଳ ସ୍ୱ।ସ୍ଥ୍ୟ ସେବା ଶିବିର ରେ ଯୋଗଦେଇ ରୋଗୀମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

Leave a Reply

Your email address will not be published. Required fields are marked *